Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||
  • ଏଥର ନିଜ ସ୍କୁଲରେ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା, ୨ ଘଣ୍ଟାରେ ଲେଖିବାକୁ ପଡିବ ଉତ୍ତର
  • ||

ଖେଳୁ ଖେଳୁ ବିଦ୍ୟୁତ ଖୁଣ୍ଟରେ ଲାଗିଗଲା ଶିଶୁ : କ୍ଷଣକେ ଚାଲିଗଲା ଜୀବନ

13/02/2019 at 5:20 PM

ହାଇଦ୍ରାବାଦ ୧୩/୨ : ହାଇଦ୍ରାବାଦର ଏକ ଗେଟେଡ଼ କଲୋନୀରେ ବିଦ୍ୟୁତ ଖୁଣ୍ଟରେ ଲାଗି ଏକ ୬ ବର୍ଷ ଶିଶୁର ମୃତ୍ୟୁ ହୋଇଯାଇଛି | ଶିଶୁଟି କଲୋନୀରେ ନିଜ ବାପା ମାଙ୍କ ସହ ରହୁଥିଲେ | ସୋମବାର ସନ୍ଧ୍ୟାରେ ସେ କଲୋନୀରେ ଖେଳୁଥିଲେ | ଖେଳୁ ଖେଳୁ ଶିଶୁଟି ଅଚାନକ ଏକ ବିଦ୍ୟୁତ ଖୁଣ୍ଟକୁ ଛୁଇଁ ଦେଇଥିଲା | କ୍ଷଣକେ ଶିଶୁଟି ଖୁଣ୍ଟରେ ଲାଗି ଯାଇଥିଲା | ଏବେ ସଂଗେ ସଂଗେ ଶିଶୁର ମୃତ୍ୟୁ ହୋଇଯାଇଥିଲା | ପାଖରେ ଯାଉଥିବା ଲୋକେ ଜାଣିପାରିନଥିଲେ ଯେ, ଶିଶୁଟି ବିଦ୍ୟୁତ ଖୁଣ୍ଟରେ ଲାଗିଯାଇଛି | କିନ୍ତୁ କିଛି ସମୟପରେ ଶିଶୁଟି ତଳେ ପଡିଯାଇଥିଲା |


ସମସ୍ତ ଘଟଣା କଲୋନୀରେ ସିସିଟିଭି କ୍ୟାମେରାରେ କଏଦ ହୋଇଛି | ସିସିଟିଭିରେ ସ୍ପଷ୍ଟ ଦେଖା ଯାଇଛି ଯେ, ଶିଶୁ ଏକ ହଳଦିଆ ସାର୍ଟ ପିନ୍ଧି ବିଦ୍ୟୁତ ଖୁଣ୍ଟ ପାଖରେ ଖେଳୁଥିଲା | ପାଖରେ ଆହୁରି ଛୋଟ ଛୋଟ ପିଲା ସାଇକଲ ଚଲାଉଥିଲେ | ଶିଶୁଟି ଖେଳୁ ଖେଳୁ ଅଚାନକ ବାମ ହାତରେ ବିଦ୍ୟୁତ ଖୁଣ୍ଟକୁ ଛୁଇଁ ଦେଇଥିଲା ଏବଂ ଖୁଣ୍ଟରେ ଲାଗିଯାଇଥିଲା |


ଏହି କଲୋନୀର ଦେଖରେଖ କରୁଥିବା ଗୋଲ୍ଡ ଷ୍ଟାର କମ୍ପାନୀ ବିରୋଧରେ ମାମଲା ରୁଜ୍ଜୁ ହୋଇଛି | ଶିଶୁଟି ପ୍ରଥମ ଶ୍ରେଣୀରେ ପଢୁଥିଲା | ଶିଶୁର ବାପା ଜଣେ ସଫ୍ଟୱେୟାର ଇଂଜିନିୟର |

   Related Posts