ହସ୍ପିଟାଲ ସାଇକେଲ ଷ୍ଟାଣ୍ଡରେ ଗର୍ଭବତୀ ୩ ଘଣ୍ଟା ଧରି ଛଟପଟ ହେବା ଘଟଣା : ୬ କର୍ମଚାରୀ ନିଲମ୍ବିତ

Published By : Prameya-News7 Bureau | October 30, 2020 IST

ଝାରସୁଗୁଡା, ୩୦।୧୦: ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାଇକେଲ ଷ୍ଟାଣ୍ଡରେ ଜଣେ ଗର୍ଭବତୀ ମହିଳା ଗର୍ଭ ଯନ୍ତ୍ରଣାରେ ୩ ଘଣ୍ଟା କାଳ ଛଟପଟ ହେବା ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଶୁକ୍ରବାର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ହେଲ୍ପ ଡେସ୍କର ୨ଜଣ, ୨ ନିରାପତ୍ତା କର୍ମଚାରୀ ଓ କୋଭିଡ଼ ପରୀକ୍ଷା ଦାୟିତ୍ୱରେ ଥିବା ୨ଜଣଙ୍କୁ ମିଶାଇ ମୋଟ ୬ ଜଣ କର୍ମଚାରୀଙ୍କୁ ନିଲମ୍ବନ ଆଦେଶ ଦେଇଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ।

{"id":353436,"sizeSlug":"large"}

ସୂଚନାନୁସାରେ, ଗତ ୨୪ ତାରିଖରେ ବନ୍ଧବାହାଲ ଅଞ୍ଚଳର ଜଣେ ମହିଳା ପ୍ରସବ ବେଦନା ହେବାରୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲେ। କିନ୍ତୁ କରୋନା ଭୟରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇ ନଥିଲେ କିଛି କର୍ମଚାରୀ। ଫଳରେ ସେ ପ୍ରାୟ ୩ ଘଂଟା ଧରି ଛଟପଟ ହୋଇଥିଲେ। ପରିବାର ଲୋକଙ୍କ କାକୁତିମିନତୀ ପରେ କିଛି ସ୍ବେଚ୍ଛାସେବୀ ଖବରପାଇ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କ କୋଭିଡ ଟେଷ୍ଟ କରାଇ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ।

ଏହି ଘଟଣା ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କିନ୍ତୁ ଏହିଭଳି ଅନେକ ଘଟଣା ନିତିଦିନ ଘଟୁଥିବା ବେଳେ ମାର ମାର ଭଣ୍ଡାରିଆକୁ ମାର ନ୍ୟାୟରେ ଆଜି ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.