Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏମସିଡି ଉପ ନିର୍ବାଚନ : ଚୌକା ମାରିଲା ଆପ୍, କଂଗ୍ରେସର ଗୋଟିଏରେ ବଡ ବିଜୟ, କିନ୍ତୁ ଖାତା ଖୋଲି ପାରିଲାନି ବିଜେପି
  • ||
  • ମଦ୍ରାସାରେ ପଢାଯିବ ଗୀତା, ଯୋଗ ଓ ରାମାୟଣ : ପାଠ୍ୟକ୍ରମରେ ସାମିଲ କଲା ଏନଆଇଓଏସ
  • ||
  • ଗଜପତି : ଜେଇଙ୍କ ଘରେ ଭିଜିଲାନ୍ସ ଚଢାଉ, ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଠାବ
  • ||
  • ସମ୍ବଲପୁର : ଯୁଜୁମୁରା ରେଞ୍ଜରେ ବାରମ୍ବାର ହାତୀ ମୃତ୍ୟୁ ଘଟଣା : ନିଲମ୍ବିତ ହେଲେ ସଦର ରେଞ୍ଜର
  • ||
  • ସମ୍ବଲପୁର : ଦୁଇ ବାଇକ୍ ଉପରେ ଚଢିଗଲା ଟ୍ରକ୍, ୩ ମୃତ, ଜଣେ ଗୁରୁତର
  • ||
  • ସୋର : ୮ଲକ୍ଷ ଟଙ୍କା ପାଇଁ କିଡ୍‌ନାପ୍ ! ବନ୍ଧୁକ ମୁନରେ ହତ୍ୟା ଧମକର ଭିଡିଓ ଭାଇରାଲ୍
  • ||
  • ସୋନପୁର : ଭିଜିଲାନ୍ସ ଜାଲରେ ଶିକ୍ଷକ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ମାର୍ଚ୍ଚ ୫ରେ ‘ଓମେନ୍ ଆଚିଭର୍ସ ଅଫ୍ ଓଡ଼ିଶା’ ପୁରସ୍କାର ସମାରୋହ
  • ||
  • କରଞ୍ଜିଆ : କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଜଳୁଛି ଜଙ୍ଗଲ, ଫେଲ୍ ମାରିଛି ବନ ବିଭାଗର ନିଆଁ ଲିଭା ଅଭିଯାନ
  • ||
  • ଚିନ୍ତା ବଢାଉଛି କରୋନାର ବ୍ରାଜିଲ ଭାରିଏଣ୍ଟ, ରହିଛି ପୁନଃ ସଂକ୍ରମଣ କ୍ଷମତା
  • ||

ତାରରେ ଲଟକିଲା ଜୀବନ

21/08/2018 at 3:20 AM

କନ୍ଧମାଳ ୨୧/୮ : ଇଏ ଫିଲ୍ମ ଷ୍ଟଣ୍ଟ । ନା ଅସଲ ଘଟଣା । ପାଦ ତଳେ ଗୋଟିଏ ତାର ଆଉ ହାତରେ ଗୋଟିଏ ତାର । ସେଥିରେ ପୁଣି ନଈ ପାର ହେବେ । ପୁଣି ସମସ୍ତେ ମହିଳା । ସାହସ ନଥିଲେ ଏଭଳି ବିପଦପୂର୍ଣ୍ଣ ଯାତ୍ରା କରିବା ଅସମ୍ଭବ । ମନରେ ଥିବା ସାହସ ଯୋଗୁଁ ଦେଖନ୍ତୁ କେମିତି ଧିରେ ଧିରେ ତାର ଉପରେ ଚାଲି ନଦୀ ପାର ହେଉଛନ୍ତି ମହିଳା । ଆଉ ଥରେ ବି ଦେଖାଉଛୁ, କେମିତି ସରୁ ତାରରେ ୬ଜଣ ମହିଳା ଚାଲୁଛନ୍ତି । ଏହା ଭିତରେ କର୍ମଜୀବୀ ମହିଳା ଅଛନ୍ତି । ଗର୍ଭବତୀ ବି ଅଛନ୍ତି । କିନ୍ତୁ କାହାର ଭୟ ନାହିଁ । ଦେଖନ୍ତୁ ଜୀବନକୁ ବାଜି ଲଗାଇ ଦୁଃସାହସିକ ପଦକ୍ଷେପ ନେଇଛନ୍ତି । ବୋଧ ହୁଏ ସବୁ ଦିନେ ଯାଆନ୍ତି, ସେଥିପାଇଁ ମନରେ ଭୟ ନାହିଁ । …. ଏବେ ଦେଖନ୍ତୁ ଏହି ଭିଜୁଆଲ୍ । ହଠାତ୍ ତାରଟି ଛିଣ୍ଡିଗଲା । ଗୋଟିଏ ତାରକୁ ଧରି ଓହଳିଛନ୍ତି ସମସ୍ତେ । ପାଦ ତଳେ ଥିବା ତାରଟି ଛିଣ୍ଡିଗଲା । ଆଉ ଗୋଟିଏ ତାର ଧରି ସମସ୍ତେ ଓହଳିଛନ୍ତି । ସମସ୍ତେ ଚିତ୍କାର କରୁଛନ୍ତି । କିନ୍ତୁ ସାହସର ସହ ତାରକୁ ଧରି ଭରା ନଈରେ ଓହଳି ରହିଛନ୍ତି । ନଈରେ ପ୍ରଖର ସ୍ରୋତ । ମହିଳାଙ୍କ ଚିତ୍କାର ଶୁଣି ଆଖପାଖର ଲୋକ ଦୌଡି ଆସିଲେ । କେମିତି ସମସ୍ତଙ୍କ ଜୀବନ ବଞ୍ଚିବ ସେଥିପାଇଁ ଆରମ୍ଭ ହୋଇଗଲା କସରତ … … ହଠାତ୍ ୪ଜଣ ମହିଳା ଖସି ପଡିଲେ । ଏତିକି ବେଳେ ସାହସ ଜୁଟାଇଲେ ସ୍ଥାନୀୟ ୩ ଯୁବକ । ସେତିକି ବେଳେ ୩ ଯୁବକ ଭରା ନଈକୁ ଲମ୍ଫ ମାରିଲେ । ଜଣକୁ ଉଦ୍ଧାର କରି କୂଳକୁ ଆଣିଲେ । ଆଉ ଇଏ କଣ । … ନଈର ପ୍ରଖର ସ୍ରୋତରେ ଅନ୍ୟ ୩ଜଣ ମହିଳା ଭାସି ଯାଉଛନ୍ତି । ଭାସି ଭାସି ଯାଉଥିବା ବେଳେ ହଠାତ୍ ଜଣେ ଗଛ ଡାଳକୁ ଧରି ଅଟକି ରହିଛି । କିନ୍ତୁ ଅନ୍ୟ ଦୁଇ ଜଣ ଭାସି ଯାଉଛନ୍ତି । ଦେଖନ୍ତୁ ସେମାନେ ବି ସାହସର ସହ କିଛି ଦୂରରେ ଥିବା ଆଉ ଗୋଟିଏ ଗଛ ଡାଳକୁ ଧରି ଅଟକି ରହିଛନ୍ତି । ପରେ ସେମାନଙ୍କୁ ବି ଯୁବକମାନେ ଉଦ୍ଧାର କରି କୂଳକୁ ଆଣିଛନ୍ତି । ପରେ ଅନ୍ୟ ଦୁଇ ମହିଳାଙ୍କୁ ତାର ଛାଡିବାକୁ ପରାମର୍ଶ ଦେଇଥିଲେ ସ୍ଥାନୀୟ ଯୁବକ । ଦେଖନ୍ତୁ କିଭଳି ସାହସର ସହ ଜଣ ଜଣ କରି ନଈକୁ ଡେଇଁଲେ । ଆଉ କାଳ ବିଳମ୍ବ ନକରି ସେହି ସାହସୀ ଯୁବକମାନେ ସେମାନଙ୍କୁ ପାଣିରୁ ଛାଣି ଆଣିଲେ । ଏହିପରି ଭାବେ ସମସ୍ତ ୬ଜଣ ମହିଳାଙ୍କୁ ୩ଜଣ ଯୁବକ ଉଦ୍ଧାର କରି ସେମାନଙ୍କ ଜୀବନ ବଞ୍ଚାଇଛନ୍ତି । …. ଏହି ମହିଳାମାନେ ଆଦିବାସୀ । ଆଉ ଏଭଳି ଚଳଣୀ ସହିତ ସେମାନେ ଅଭ୍ୟସ୍ତ । ହୁଏତ ସେଥିପାଇଁ ସେମାନେ ରକ୍ଷା ପାଇଗଲେ ।

   Related Posts