Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ସଙ୍କେତ ହୋଇଥାଏ ଏହି ୬ଟି ଲକ୍ଷଣ : ଜାଣନ୍ତୁ କିଭଳି କରିବେ କରୋନା ଭାଇରସର ପ୍ରତିକାର

4/06/2020 at 12:48 PM

କରୋନା ଭାଇରସ୍‌ରୁ ମୁକ୍ତି ପାଇବା ପାଇଁ ଏବେ ସୁଦ୍ଧା କୌଣସି ଟୀକା କିମ୍ବା ଔଷଧ ଆବିଷ୍କାର ହୋଇପାରି ନାହିଁ,ଏପରି କ୍ଷେତ୍ରରେ ଆମ ରୋଗ ପ୍ରତିରୋଧକ ଶକ୍ତି ଏହି ଯୁଦ୍ଧରେ ସବୁଠୁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଡାକ୍ତରଙ୍କ କହିବା ଅନୁସାରେ ଯେଉଁମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍ ଥାଏ ସେମାନେ କରୋନା ଭାଇରସର ସଂସ୍ପର୍ଶରେ ସହଜରେ ଆସି ଯାଇଥାନ୍ତି।

ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ଅନେକ କାରଣ ରହିଥାଏ। ଯେପରିକି କୌଣସି ରୋଗ କିମ୍ବା ଆବଶ୍ୟକତାଠାରୁ ଅଧିକ ସିଗାରେଟ୍ କିମ୍ବା ମଦ ପିଇବାର ଅଭ୍ୟାସ। ଏହା ବ୍ୟତୀତ ପର୍ଯ୍ୟାପ୍ତ ନିଦର ଅଭାବ ଏବଂ ଖରାପ ଖାଦ୍ୟପେୟ ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବା ଦ୍ବାରା ଆପଣ ବାରମ୍ବାର ରୋଗରେ ପଡ଼ିବେ ଏବଂ ଆପଣଙ୍କୁ ଠିକ୍ ହେବାକୁ ଅନେକ ସମୟ ଲାଗିପାରେ। ଯଦି ଆପଣଙ୍କଠାରେ ୬ଟି ଲକ୍ଷଣ ଦେଖାଯାଉଛି ତେବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ରହିଛି।

୧. ଥକ୍କା ଅନୁଭବ କରିବା : ସବୁବେଳେ ଥକ୍କା ଏବଂ ଆଳସ୍ୟ ଲାଗି ରହିବାର ଅନେକ କାରଣ ହୋଇପାରେ, ଯେପରିକି ପର୍ଯ୍ୟାପ୍ତ ନିଦର ଅଭାବ,ମାନସିକ ଚିନ୍ତା,ଆନିମିଆ କିମ୍ବା କ୍ରୋନିକ୍ ଫାଟିଗ୍ୟୁ ସିଣ୍ଡ୍ରୋମ୍। ଯଦି ଆପଣ ଏହାର କାରଣ ଜାଣି ପାରୁ ନାହାନ୍ତି ଏବଂ ପର୍ଯ୍ୟାପ୍ତ ନିଦ ପରେ ମଧ୍ୟ ଆପଣଙ୍କୁ ଥକ୍କା ଲାଗୁଛି ତେବେ ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀ ଅର୍ଥାତ୍ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେଉଛି ବୋଲି ଜାଣନ୍ତୁ।

୨. ବାରମ୍ବାର ଜ୍ୱର ହେବା : ଋତୁ ପରିବର୍ତ୍ତନରେ ଜ୍ୱର ହେବା ସାଧାରଣ କଥା,ଖାସ୍ କରି ଶୀତଦିନରେ। କିନ୍ତୁ ଯଦି ଆପଣ ସବୁ ଋତୁରେ ଅସୁସ୍ଥ ହେଉଛନ୍ତି ତେବେ ଏହାର କାରଣ ହେଉଛି ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ। ରୋଗ ପ୍ରତିରୋଧକ ଶକ୍ତି ବ୍ୟାକ୍ଟେରିଆ,ଭାଇରସ୍ ଏବଂ ରୋଗ ସହ ଲଢ଼ିଥାଏ। ଯଦି ଆପଣଙ୍କୁ ଅଧିକାଂଶ ସମୟରେ ୟୁରିନ୍ ଇନଫେକ୍ସନ, ମୁହଁରେ ଅଲସର ,ଜ୍ୱର କିମ୍ବା ଫ୍ଲୁ ସମସ୍ୟା ଲାଗି ରହୁଛି ତେବେ ଆପଣ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ।

୩. ଆଲର୍ଜି ସମସ୍ୟା : ବହୁତ ଲୋକଙ୍କର ଆଲର୍ଜି ସମସ୍ୟାଥାଏ । ଫଳରେ ସେମାନଙ୍କୁ ଭାଇରାଲ୍ ଫିଭର ହୋଇଥାଏ। କିନ୍ତୁ ଯଦି ଆପଣଙ୍କ ଆଖିରୁ ସବୁବେଳେ ପାଣି ବାହାରୁଛି ,କୌଣସି ଖାଇବା ଜିନିଷରେ ଆପଣଙ୍କ ଯଦି ରିଆକ୍ସନ୍ ହେଉଛି,ସ୍କିନ୍ ରାସେଜ,ଆଣ୍ଠୁଗଣ୍ଠି ଯନ୍ତ୍ରଣା ଏବଂ ପେଟରେ ସମସ୍ୟା ହେଉଛି ତେବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହେବାର ଏକ ସଙ୍କେତ ହୋଇପାରେ।

୪. ଘା ଶୁଖିବାରେ ସମୟ ଲାଗିବା : ଘା ଶୁଖିଲେ ତ୍ୱଚାରେ ଶୁଖିଲା ଆସ୍ତରଣ ହୋଇଥାଏ। ଯାହା ରକ୍ତକୁ ଶରୀରରୁ ବାହାରକୁ ବାହାରିବାରେ ରୋକିଥାଏ। ଯଦି ଆପଣଙ୍କ ଘା ଶୀଘ୍ର ଖୁଖି ନଥାଏ ତେବେ ଏହାର ଅର୍ଥ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଇଛି।

୫.ପାଚନ ସମସ୍ୟା : ଅନ୍ତନଳୀରେ ଥିବା ବ୍ୟାକ୍ଟେରିଆ ରୋଗ ପ୍ରତିରୋଧକ ଶକ୍ତି ଉପରେ ସିଧାସଳଖ ପ୍ରଭାବ ପକାଇଥାନ୍ତି। ଯଦି ଆପଣଙ୍କୁ ବାରମ୍ବାର ଡାଇରିଆ,ଅଲସର,ଗ୍ୟାସ୍,କୋଷ୍ଠକାଠିନ୍ୟର ସମସ୍ୟା ହୋଇଥାଏ ତେବେ ଏହା ଅର୍ଥ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ଠିକଭାବେ କାମ କରୁନାହିଁ।

   Related Posts