୬ କରୋନା ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରି: ଜଣେ ଯାଇଥିଲେ ଝାଡ଼ଖଣ୍ଡ, ଅନ୍ୟ ୫ ଜଣଙ୍କର କୋଲକାତା ଲିଙ୍କ୍

Published By : Prameya-News7 Bureau | April 21, 2020 IST

ଭୁବନେଶ୍ବର୨୧/୪: ରାଜ୍ୟର ୬୧, ୬୨, ୬୩, ୬୪, ୬୫ ଏବଂ ୬୬ ତମ କରୋନା ସଂକ୍ରମିତଙ୍କ ଟ୍ରାଭେଲ୍ ହିଷ୍ଟ୍ରି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଜାରି କରିଛି। ଏହି ସୂଚନା ଅନୁଯାୟୀ,  ୬୧ ତମ କରୋନା ଆକ୍ରାନ୍ତ ଝାଡ଼ଖଣ୍ଡ ଯାଇଥିବାର ରେକର୍ଡ ରହିଛି। ହେଲେ ଅନ୍ୟ ୫ ଜଣଙ୍କର ରହିଛି କୋଲକାତା ଲିଙ୍କ୍।

{"id":257926,"sizeSlug":"large"}

୬୧  ତମ ସଂକ୍ରମିତ ଜଣଙ୍କ ୫୮ ବର୍ଷୀୟ ପୁରୁଷ।ଘର ବା​‌ଲେଶ୍ବର ଜିଲ୍ଲାର ନେଳିଆବାଗ ଅଞ୍ଚଳରେ।ସେ ମାର୍ଚ୍ଚ ୧୩ ତାରିଖରେ ଝାଡ଼ଖଣ୍ଡରୁ ଫେରିଥିଲେ। ଦେହ ଅସୁସ୍ଥ ହେବାରୁ ଏପ୍ରିଲ ୭ ତାରିଖରେ ସେ ନିଜ ସ୍କୁଟିରେ ବାଲେଶ୍ବର ଜିଲ୍ଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯାଇଥିଲେ। ଏପ୍ରିଲ ୭ ତାରିଖରୁ ୧୨ ତାରିଖ ପର୍ଯ୍ୟନ୍ତ ସେ ନିଜ ଘରେ ରହିଥିଲେ। ୧୩ ତାରିଖରେ ଭୁବନେଶ୍ବରସ୍ଥିତ ଆପୋଲୋ ହସ୍ପିଟାଲରେ ପହଞ୍ଚିଥିଲେ। ୧୪ ତାରିଖରେ ଗୋଟିଏ ଗାଡିରେ ଆପଲୋ ହସ୍ପିଟାଲରୁ କ୍ୟାପିଟାଲ ଏବଂ କ୍ୟାପିଟାଲ ହସ୍ପିଟାଲରୁ କିମ୍‌ସ କୋଭିଡ୍ ହସ୍ପିଟାଲ ଯାଇ ସେଠାରେ ୧୬ ତାରିଖ ପର୍ଯ୍ୟନ୍ତ ଚିକିତ୍ସା ହୋଇଥିଲେ। ପରେ ସେ ୧୬ ତାରିଖ ଦିନ ଏମ୍‌ସ ହସ୍ପିଟାଲରେ ଆଡ୍‌ମିଟ୍ ହୋଇଥିଲେ। ସେଠାରେ ତାଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ଏବଂ  ଏପ୍ରିଲ ୧୮ ତାରିଖରେ ରିପୋର୍ଟ ପଜିଟିଭ୍ ଆସିବାରୁ ତାଙ୍କୁ କିମ୍‌ସ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":257927,"sizeSlug":"large"}

୬୨ ତମ କୋଭିଡ୍-୧୯  ସଂକ୍ରମିତ ଭଦ୍ରକ ଜିଲ୍ଳା ବାସୁଦେବପୁର ବ୍ଲକ ଅନ୍ତର୍ଗତ  ପଦ୍ମପୁର ଅଞ୍ଚଳର ମଲକ ସାହି ଗ୍ରାମର ଜଣେ ୫୭ ବର୍ଷୀୟ ପୁରୁଷ । ସେ  ଏକ ସେୟାର ଗାଡିରେ ଗତ ମାର୍ଚ୍ଚ ୨୮ ତାରିଖରେ କୋଲକାତାରୁ ଆସିଥିଲେ।ସେହି ଗାଡିରେ ତାଙ୍କୁ ମିଶାଇ ମୋଟ୍ ୩ ଜଣ ଯାତ୍ରା କରିଥିଲେ।  ଏହି ବ୍ୟକ୍ତି ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ବାରେନ୍‌ଣ୍ଟାଇନ୍  ରହିଥିଲେ।  ୧୫ ତାରିଖରୁ ୧୯ ତାରିଖ ପର୍ଯ୍ୟନ୍ତ ତାଙ୍କୁ ସରକାରୀ କ୍ବାରେନଣ୍ଟାଇନ୍‌ ରଖାଯାଇଥିଲା। ଏପ୍ରିଲ ୧୯ ତାରିଖରେ ତାଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ରିପୋର୍ଟ ପଜିଟିଭ ଆସିବାରୁ ତାଙ୍କୁ  ଏପ୍ରିଲ ୨୦ ତାରିଖରେ କଟକସ୍ଥିତ ଅଶ୍ବିନୀ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":257928,"sizeSlug":"large"}

୬୩ ତମ କରୋନା ସଂକ୍ରମିତଙ୍କ ଘର ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବିନାୟାକପୁର ଅଞ୍ଚଳର ଖରିଡ଼ା ଗ୍ରାମରେ। ବୟସ ୫୮ ବର୍ଷ । ସେ ଏପ୍ରିଲ ୯ ତାରିଖରେ ଏକ ଟ୍ରକରେ  କୋଲକାତାରୁ ବାସୁଦେବପୁର ଆସିଥିଲେ। ଏପ୍ରିଲ ୯ରୁ ୧୪ ସେ ହୋମ୍‌ କ୍ବାରେନ୍‌ଣ୍ଟାଇନ୍‌ ରହିଥିଲେ।  ୧୫ରୁ ୧୯ ପର୍ଯ୍ୟନ୍ତ ତାଙ୍କୁ ସରକାରୀ କ୍ବାରେନ୍‌ଣ୍ଟାଇନରେ ରଖାଯାଇଥିଲା। ଏପ୍ରିଲ ୧୯ ତାରିଖରେ ତାଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ଏପ୍ରିଲ ୨୦ ତାରିଖରେ ତାଙ୍କ ନମୁନାରେ କୋଭିଡ-୧୯ ପଜିଟିଭ ଆସିଥିଲା। ସେହିଦିନ ତାଙ୍କୁ ଅଶ୍ବିନୀ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":257929,"sizeSlug":"large"}

ରାଜ୍ୟର ୬୪ ତମ କରୋନା ସଂକ୍ରମିତ ହେଉଛନ୍ତି ଭଦ୍ରକ ଜିଲ୍ଲାର ବାସୁଦେବପୁର ବ୍ଳକର ମାଟିପକା ଅଞ୍ଚଳର ଜଣେ ୫୫ ବର୍ଷୀୟ ପୁରୁଷ। ସେ ଭଡା ଗାଡିରେ ମାର୍ଚ୍ଚ ୨୯ ତାରିଖରେ କୋଲକାତାରୁ ବାସୁଦେପୁର ଆସିଥିଲେ। ତାଙ୍କ ସହ ସେହି ଗାଡିରେ ଆଉ ୭ ଜଣ ମଧ୍ୟ ଆସିଥିଲେ। ମାର୍ଚ୍ଚ ୨୯ରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ସେ ହୋମ୍ କ୍ବାରେନ୍‌ଣ୍ଟାଇନ୍‌ ଏବଂ ଏପ୍ରିଲ ୧୫ରୁ ୧୯ ସରକାରୀ କ୍ବାରେନ୍‌ଣ୍ଟାଇନ୍‌ରେ ରହିଥିଲେ। ଏପ୍ରିଲ ୧୯ ତାରିଖରେ ତାଙ୍କ ନମୁନା ସଂଗ୍ରହ ପରେ ୨୦ ତାରିଖରେ କୋଭିଡ-୧୯ ପଜିଟିଭ ଆସିଥିଲା। ସେହିଦିନ ତାଙ୍କୁ ଅଶ୍ବିନୀ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":257930,"sizeSlug":"large"}

ରାଜ୍ୟର ୬୫ ତମ କରୋନା ସଂକ୍ରମିତଙ୍କ ଘର ଭଦ୍ରକ ଜିଲ୍ଳା ଭଣ୍ଡାରୀପୋଖରୀ ବ୍ଳକର ରହଣିଆ ଅଞ୍ଚଳରେ। ବୟସ ୬୬ ବର୍ଷ। ସେ ମାର୍ଚ୍ଚ ୨୮ ତାରିଖରେ ଏକ ପାସେଞ୍ଜର ଗାଡିରେ ବସି କୋଲକାତାରୁ ଭଣ୍ଡାରୀପୋଖରୀରେ ପହଞ୍ଚିଥିଲେ। ସେ ମାର୍ଚ୍ଚ ୨୮ ତାରିଖରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ହୋମ୍ କ୍ବାରେନ୍‌ଣ୍ଟାଇନ୍‌ରେ ପରେ ୧୫ ତାରିଖରୁ୧୯  ତାରିଖ ପର୍ଯ୍ୟନ୍ତ ସରକାରୀ କ୍ବାରେନ୍‌ଣ୍ଟାଇନ୍‌ରେ ଥିଲେ। ଏପ୍ରିଲ ୧୯ ତାରିଖରେ ତାଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ୨୦ ତାରିଖରେ ତାଙ୍କ ନମୁନାରେ କୋଭିଡ-୧୯ ପଜିଟିଭ ଆସିବାରୁ ତାଙ୍କୁ ଅଶ୍ବିନୀ ସ୍ବତନ୍ତ୍ର କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

{"id":257931,"sizeSlug":"large"}

୬୬ ତମ କରୋନା ସଂକ୍ରମିତ ହେଉଛନ୍ତି ଭଦ୍ରକ ଜିଲ୍ଲାର ଭଣ୍ଡାରୀପୋଖରି ବ୍ଳକର କୁଶଗାଡିଆ ଅଞ୍ଚଳର ଜଣେ ୪୮ ବର୍ଷୀୟ ପୁରୁଷ । ସେ ମାର୍ଚ୍ଚ ୨୯ ତାରିଖରେ ଏକ ପାସେଞ୍ଜର ଗାଡିରେ କୋଲକାତାରୁ ଭଣ୍ଡାପୋଖରୀ ଆସିଥିଲେ ଏବଂ ସେହିଦିନଠାରୁ ଏପ୍ରିଲ ୧୪ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ବାରେନ୍‌ଣ୍ଟାଇନ୍‌ରେ ରହିଥିଲେ। ପରେ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ତାଙ୍କୁ ସରକାରୀ କ୍ବାରେନ୍‌ଣ୍ଟାଇନ୍‌ରେ ରଖାଯାଇଥିଲା। ଏପ୍ରିଲ ୧୯ ରେ ତାଙ୍କ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା। ୨୦ ତାରିଖରେ ତାଙ୍କ ନମୁନାରେ କୋଭିଡ-୧୯ ପଜିଟିଭ ଆସିବାରୁ ତାଙ୍କୁ ଅଶ୍ବିନୀ କୋଭିଡ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.