ଲକଡାଉନ୍ ବେଳେ କଟୁନି କି ସମୟ ? ମାନସିକ ଅବସାଦଠୁ ବର୍ତିବା ପାଇଁ ୬ଟି ସହଜ ଉପାୟ

Published By : Prameya-News7 Bureau | March 25, 2020 IST

ନୂଆଦିଲ୍ଲୀ ୨୫/୩: ସମଗ୍ର ବିଶ୍ବରେ ୩,୫୦,୦୦୦ରୁ ଅଧିକ ଲୋକ କରୋନା ଭାଇରସରେ ସଂକ୍ରମିତ ହୋଇ ସାରିଛନ୍ତି। ଭାରତରେ ମଧ୍ୟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ବଢ଼ି ୫୦୦ରୁ ଅଧିକ ହୋଇଛନ୍ତି। ଏହି ମାରାତ୍ମକ ଭାଇରସ୍ ଡରରେ ସ୍କୁଲ୍,କଲେଜ,ଅଫିସ୍ ସବୁ ବନ୍ଦ ହୋଇଯାଇଛି। ସରକାର ଲୋକଙ୍କୁ ଘରେ ଲକଡାଉନ୍ ହୋଇ ରଖିବାକୁ ନିବେଦନ କରିଛନ୍ତି। ଘରେ କଏଦ ହୋଇ ରହିବା ଫଳରେ ଅନେକ ଲୋକେ ମାନସିକ ଅବସାଦଗ୍ରସ୍ତ ହୋଇପାରନ୍ତି। ଆସନ୍ତୁ ଜାଣିବା ଲକଡାଉନରେ ଅବସାଦରୁ କିପରି ମୁକ୍ତି ପାଇପାରିବା

୧.ମ୍ୟୁଜିକ୍,ରିଡିଂ,ପେଣ୍ଟିଂ : ଯଦି ଆପଣ ଘରେ ରହି ଏକାକୀ ଅନୁଭବ କରୁଛନ୍ତି ଏବଂ ଅବସାଦରେ ରହୁଛନ୍ତି ତେବେ ଭଲ ଜିନି​‌ଷ ପଢ଼ିବା ଏବଂ ଲେଖିବା ଆରମ୍ଭ କରି ଦିଅନ୍ତୁ। ଆପଣ ଚାହିଁଲେ ପେଣ୍ଟିଂ ମଧ୍ୟ କରି ପାରିବେ କିମ୍ବା ନିଜ ପ୍ରିୟ ଗୀତ ଶୁଣି ପାରିବେ।

୨.ମର୍ଣ୍ଣିଂ ଓ୍ବାକ୍ : ସକାଳେ ମର୍ଣ୍ଣିଂ ଓ୍ବାକ୍କରନ୍ତୁ।

୩. ବନ୍ଧୁଙ୍କ ସହ କଥା ହୁଅନ୍ତୁ : ଏକା ଥିବାବେଳେ ଲୋକଙ୍କ ସହ ଦେଖା କରିବାକୁ ଏବଂ ତାଙ୍କ ସହ କଥା ହେବାକୁ ଇଚ୍ଛା ହୋଇଥାଏ। ଏପରି କ୍ଷେତ୍ରରେ ଆପଣ ଭିଡିଓ କନଫରେନ୍ସିଂ କରି ବନ୍ଧୁଙ୍କ ସହ କଥା ହୋଇପାରିବେ।

୪. ବ୍ୟାୟାମ କରନ୍ତୁ : ବ୍ୟାୟାମ କରିବା ଦ୍ବାରା ସ୍ବାସ୍ଥ୍ୟ ଭଲ ରହିବା ସହ ଅବସାଦ ମଧ୍ୟ ଦୂର ହୋଇଥାଏ। ଆମ ଶରୀରରୁ ହାପି ହରମୋନ୍ ରିଲିଜ ହୋଇଥାଏ ଯାହା ଫଳରେ ଆମ ଅବସାଦ ଗାୟବ ହୋଇଯାଇଥାଏ। କିନ୍ତୁ ଯଦି ଆପଣଙ୍କ ପାଖରେ ବ୍ୟାୟାମ ପାଇଁ ସମୟ ନାହିଁ ତେବେ ଆପଣ ଦିନରେ ୧୫ରୁ ୨୦ ମିନିଟ୍ ଓ୍ବାକ୍ କରନ୍ତୁ।

୫. ସୁଷମ ଖାଦ୍ୟ ଖାଆନ୍ତୁ : ଆପଣ ଯେଉଁଭଳି ଖାଦ୍ୟ ଖାଆନ୍ତି ଆପଣଙ୍କ ସ୍ବଭାବ ମଧ୍ୟ ସେହିପରି ହୋଇଥାଏ। ଏଥିପାଇଁ ସବୁବେଳେ ସୁଷମ ଖାଦ୍ୟ ସେବନ କରନ୍ତୁ।

୬.ପର୍ଯ୍ୟାପ୍ତ ମାତ୍ରାରେ ବିଶ୍ରାମ କରନ୍ତୁ : ଯେଉଁମାନେ ନିଜ ନିଦ ସହ କମ୍ପ୍ରମାଇଜ କରନ୍ତି ତାଙ୍କ ସ୍ବାସ୍ଥ୍ୟ ଖରାପ ହୋଇଯାଇଥାଏ। ନିଦ ପର୍ଯ୍ୟାପ୍ତ ନହେବା ଯୋଗୁଁ ଲୋକେ ବିଭିନ୍ନ ପ୍ରକାରର ମାନସିକ ଏବଂ ଶାରିରୀକ ରୋଗରେ ପୀଡ଼ିତ ହୁଅନ୍ତି। ଯଦି ଆପଣ ପର୍ଯ୍ୟାପ୍ତ ମାତ୍ରାରେ ଶୋଇବେ ତେବେ ପୂରା ଦିନ ଆପଣ ସତେଜ ଅନୁଭବ କରିବେ। ଏହା ସହିତ ଆପଣ ନିଜ କାମକୁ ଠିକଭାବେ କରି ପାରିବେ ଏବଂ ଆପଣଙ୍କ ମୁଡ ଭଲ ରହିବ। ୭ରୁ ୯ଘଣ୍ଟା ର ବିଶ୍ରାମ ମନୁଷ୍ୟ ପାଇଁ ଜରୁରୀ ହୋଇଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.