Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଜମ୍ମୁ କାଶ୍ମୀରରେ ଏନକାଉଣ୍ଟରରେ ୬ଜଣ ଆତଙ୍କବାଦୀ ନିହତ : ଜଣେ ଯବାନ ସହିଦ

29/09/2019 at 9:51 AM

ଶ୍ରୀନଗର ୨୯/୯: ଜମ୍ମୁ କାଶ୍ମୀରର ଦୁଇଟି ସ୍ଥାନରେ ଏନକାଉଣ୍ଟରରେ ୬ଜଣ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ସହିଦ ହୋଇଛନ୍ତି । କିସ୍ତୱାର ନିକଟ ବାଟୋଟେ ଅଞ୍ଚଳରେ ସେନାର ଦୀର୍ଘ ଅପରେଶନ ପରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ଏଥିସହ ଏଠାରେ ଜଣେ ଯବାନ ସହିଦ ହୋଇଥିବା ବେଳେ ୨ ପୋଲିସ ଆହତ ହୋଇଛନ୍ତି । ଆତଙ୍କୀଙ୍କ କବଳରୁ  ଜଣେ ବିଜେପି କର୍ମୀଙ୍କୁ ଉଦ୍ଧାର କରିଛନ୍ତି ସୁରକ୍ଷାକର୍ମୀ ।

ଶନିବାର ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥର ବାଟାଟୋରେ ୫ ଆତଙ୍କବାଦୀ ଲୁଚି ରହିଥିବା ସୁରକ୍ଷାକର୍ମୀ ସୂଚନା ପାଇଥିଲେ । ସୂଚନା ଆଧାରରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ୍ ଚଳାଇଥିଲେ । ପ୍ରାୟ ୯ ଘଣ୍ଟା ଧରି ଚାଲିଥିଲା ଅପରେସନ୍ । ନିହତ ୩ ଆତଙ୍କବାଦୀଙ୍କ ପରିଚୟ ମିଳିଛି । ସେମାନେ ହେଲେ ଓସାମା,ଜହିଦ ଓ ଫାରୁକ । ଅନେକ ଆତଙ୍କବାଦୀ ଆକ୍ରମଣରେ ଓସାମା ମାଷ୍ଟରମାଇଣ୍ଡ ଥିଲା ।

କିସ୍ତୱାରରେ ସୁରକ୍ଷାକର୍ମୀଙ୍କ ଅସ୍ତ୍ରଶସ୍ତ୍ର ଛଡାଇନେବା ଘଟଣାରେ ମଧ୍ୟ ସେ ସଂପୃକ୍ତ ଥିଲା । ଓସାମା ଓ ତାର ସାଥୀ ହିଜବୁଲ ମୁଜାହିଦ୍ଦିନ ଆତଙ୍କୀ ସଂଗଠନର ବୋଲି ସେନା କର୍ତ୍ତୃପକ୍ଷ କହିଛନ୍ତି । ସେହିବଳି ଗନ୍ଦରର୍ବାଲ ନରନାଗ ଗାଁରେ ସେନା ଏନକାଉଣ୍ଟରରେ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନଙ୍କ ଠାରୁ ବିପୁଳ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

   Related Posts