ପିକଅପ ଓଲଟି ୬ ଗୁରୁତର

Published By : Prameya-News7 Bureau | January 05, 2020 IST

ଭବାନୀପାଟଣା ୦୫।୦୧ - ଟୋକିମରା ପର୍ବ ଦେଖିବାକୁ ଯାଉଥିବା ବେଳେ ପିକଅପ ଓଲଟି ୬ ଗୁରୁତର । କୋକସରା ବ୍ଲକର କାଶୀବାହାଲ ଠାରେ ଭାରସାମ୍ୟ ହରାଇ ଓଲଟିଲା  ପିକଅପ  ।

କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ  କାଶିବାହଲ ଠାରେ ପିକଅପ ଗାଡି ଓଲଟି ପଡିବାରୁ ପଛ ଡାଲା ରେ ଥିବା ୨୦ ରୁ ୨୫ ଜଣ  ଆହାତ ହୋଇଛନ୍ତି । ୬ ଜଣ ଙ୍କ ଅବସ୍ଥା ଗୁରୁତର ଥିବାରୁ କୋକସରା ପୋଲିସ ସେମାନଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଡାକ୍ତରଖାନା ରେ ଭର୍ତ୍ତି  କରିଛି।

ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ  ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି । ଆଦିବାସୀ ଟୋକିମରା ପର୍ଵ  ରବିବାରରେ  କଲମପୁର ବ୍ଲକ ର ଖଣ୍ଡି ଢଂଗରିଗୁଡା ଠାରେ ହେଉଥିବା ବେଳେ କୋକସରା ବ୍ଲକ ର ସୁନାମାଲ ଓଲମା ଗ୍ରାମର ୨୦ ରୁ ୨୫ ଜଣ ଏକ ପିକଅପ ଗାଡି ରେ ଯାଉ ଥିଲେ । କାଶିବାହଲ ନିକଟରେ ଏହି ଗାଡି ଟି ଦୁର୍ଘଟଣା  ଗ୍ରସ୍ତ ହୋଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.