Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁରୀ ସ୍ବର୍ଗ ଦ୍ବାରରୁ ହଟିଲା କଟକଣା, ସଂକ୍ରମଣ କମୁଥିବାରୁ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି
  • ||
  • ‘କୁଲଦୀପ ଯାଦବଙ୍କ ପାଇଁ ଚ୍ୟାଲେଞ୍ଜିଂ ହେବ ଓ୍ବେଷ୍ଟଇଣ୍ଡିଜ ସିରିଜ୍, ଟିମ୍‌ ଇଣ୍ଡିଆକୁ ଭରସା ରଖିବାକୁ ହେବ’: ହରଭଜନ ସିଂହ
  • ||
  • ବିଧାନସଭା ନିର୍ବାଚନ ଏବଂ ବଜେଟ୍‌ ଅଧିବେଶନ ପୂର୍ବରୁ କଂଗ୍ରେସ ଡାକିଲା ଗୁରୁତ୍ବପୂର୍ଣ୍ଣ ବୈଠକ, ପ୍ରସ୍ତୁତ ହେବ ରଣନୀତି
  • ||
  • ରାଜ୍ୟରେ ସୁସ୍ଥହେଲେ ଆଉ ୧୧,୧୫୭ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୬୫୩ଜଣ ଡିସଚାର୍ଜ
  • ||
  • ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କରଙ୍କୁ କରୋନା, ନିଜକୁ କଲେ ଆଇସୋଲେଟ୍
  • ||
  • ମହାକାଶରେ ନିୟନ୍ତ୍ରଣ ହରାଇଛି ସ୍ପେସଏକ୍ସର ଫାଲକନ-୯, ବିପଦରେ ଭାରତର ଚନ୍ଦ୍ରଯାନ
  • ||
  • ବିଜେପିରେ ସାମିଲ ହେଲେ ଉତ୍ତରାଖଣ୍ଡର ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ କିଶୋର ଉପାଧ୍ୟାୟ
  • ||
  • ରାଜ୍ୟରେ ଆଉ ୮ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୫୦କୁ ବୃଦ୍ଧି
  • ||
  • ରାଜ୍ୟରେ କମିଲା ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୯୦୧ କୋଭିଡ୍ ପଜିଟିଭ୍, ୧୨୩୧୧୬୯ରେ ପହଞ୍ଚିଲା ସଂଖ୍ୟା
  • ||
  • ଜିଲ୍ଲା ପରିଷଦ ନିର୍ବାଚନ ଲଢୁଛନ୍ତି ଡାକ୍ତରାଣୀ, ଚର୍ଚ୍ଚାରେ ବିଜେପି ପ୍ରାର୍ଥୀ ମୋନାଲିସା
  • ||

ଅକ୍ଟୋବର ୧ ତାରିଖଠାରୁ ବଦଳିବ ଏସବିଆଇ(SBI)ର ୬ଟି ନିୟମ, ପଢ଼ନ୍ତୁ ପୂରା ଖବର

26/09/2019 at 4:05 PM

ନୂଆଦିଲ୍ଲୀ୨୬|୯:  ଆସନ୍ତା ଅକ୍ଟୋବର ମାସ ୧ ତାରିଖଠାରୁ ଷ୍ଟେଟ୍ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଏସବିଆଇ)ର ନିୟମ କିଛି ପରିବର୍ତ୍ତନ ହେବ। ଆସନ୍ତା ଅକ୍ଟୋବାର ୧ ତାରିଖଠାରୁ ସର୍ଭିସ ଚାର୍ଜରେ ମଧ୍ୟ  ପରିବର୍ତ୍ତନ କରାଯିବ। ଏହି ନିୟମରେ ଦେଶର ୩୨ କୋଟି ଏସବିଆଇ ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡ଼ିବ।

ଯେଉଁ ଏସବିଆଇ ଗ୍ରାହକ ମାସିକ ଆଭରେଜ୍ ବ୍ୟାଲାନସ(ଏମଏବି) ମେଣ୍ଟନ କରୁ ନାହାନ୍ତି ସେମାନଙ୍କଠାରୁ ପେନାଲ୍ଟି ଭାବେ ୮୦ ପ୍ରତିଶତ ପର୍ଯ୍ୟନ୍ତ ସେମାନଙ୍କ ଆକାଉଣ୍ଟରୁ କଟାଯିବ। ଏହା ବ୍ୟତୀତ ବ୍ୟାଙ୍କ ପକ୍ଷରୁ ମଧ୍ୟ କିଛି ଅନ୍ୟ ନିଷ୍ପତ୍ତି ନିଆଯାଇଛି।  ଅକ୍ଟୋବର ୧ ତାରିଖଠାରୁ ଅନଲାଇନ ଟ୍ରାଞ୍ଜାକ୍ସନ କରିବା ଲାଗି ଏନଇଏଫଟି(NEFT ) ଓ ଆରଟିଜିଏସ(RTGS)  ଟ୍ରାଞ୍ଜାକ୍ସନ ଶସ୍ତା ହୋଇଯିବ।  

ପୂର୍ବରୁ ମେଟ୍ରୋ ସହରର ଏସବିଆଇ ଶାଖାରେ ଥିବା ଆକାଉଣ୍ଟରେ ଆଭରେଜ ମନ୍ଥଲି ବ୍ୟାଲାନ୍ସ ୫ ହଜାର ରଖାଯାଉଥିଲା।  ଅନ୍ୟପକ୍ଷରେ ସହର ଅଞ୍ଚଳରେ ଏସବିଆଇ ଶାଖାରେ ଥିବା ଆକାଉଣ୍ଟରେ ଆଭେରେଜ ମନ୍ଥଲି ବ୍ୟାଲାନସ ୩ ହଜାର ରଖାଯାଉଥିଲ​‌​‌। କିନ୍ତୁ ଅକ୍ଟୋବର ୧ ତାରିଖଠାରୁ ମେଟ୍ରୋ ସିଟି ଶାଖା ଓ ସହର ଅଞ୍ଚଳର ଶାଖା ଭଉୟ ଲାଗି ସମାନ ମନ୍ଥଲି ଆଭେରେଜ ବ୍ୟାଲାନ୍ସ ୩ ହଜାର ରହିବ।

ଏବେ ଏସବିଆଇରେ ସାଲାରୀ ଆକାଉଣ୍ଟ, ବେସିକ ସେଭିଂ ଡିପୋଜିଟ୍‌, ପିଏମ ଜନଧନ ଯୋଜନା ଆକାଉଣ୍ଟ ଏଏମବିରେ ସାମିଲ କରାଯାଇ ନଥିଲା।  ଅକ୍ଟୋବର ୧ ତାରିଖଠାରୁ ୧୮  ବର୍ଷର ନାବାଳିକା, ପେନସନର, ସିନିୟର ସିଟିଜେନ ଓ ୨୧ ବର୍ଷ ବୟସ୍କ ଛାତ୍ରଙ୍କ ଆକାଉଣ୍ଟ ପାଇଁ ମିନିମମ ବାଲାନ୍ସ ନିୟମ ଲାଗୁହେବ ନାହିଁ।  

 ଜୁଲାଇ ୧ ତାରିଖଠାରୁ ଏସବିଆଇର ଡିଜିଟାଲ ମୋଡ୍​‌ରେ ଆରଟିଜିଏସ ଓ ଏନଏଫଟି ମାଧ୍ୟମରେ ଟ୍ରାଞ୍ଜକ୍ସନ ଫ୍ରିରେ କରାଯାଉଥିଲା। କିନ୍ତୁ ଅକ୍ଟୋବର ୧ ତାରିଖଠାରୁ NEFT/ RTGS କରିବା ଲାଗି ଶୁଳ୍କ ଆଦାୟ କରାଯିବ। ବ୍ରାଞ୍ଚରେ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଏନଇଏଫଟି କଲେ ୨ ଟଙ୍କା ଓ  ୧ ଲକ୍ଷରୁ ୨ ଲକ୍ଷ ପର୍ଯ୍ୟନ୍ତ ଏନଇଏଫଟି କଲେ ୧୨ ଟଙ୍କା ଶୁଳ୍କ ଆଦାୟ କରାଯିବ। ସେହିପରି  ୧ରୁ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆରିଟିଜିଏସ କଲେ ୫ ଟଙ୍କା ଓ ୫ରୁ ଅଧିକ ଆରିଟିଜିଏସ କଲେ ୪୦ ଟଙ୍କା ଚାର୍ଜ ପଡିବ।

ଏସବିଆଇ ଏଟିଏମ ଚାର୍ଜ ମଧ୍ୟ  ଅକ୍ଟୋବର ୧ ତାରିଖଠାରୁ ବଦଳିବ। ୬ଟି ମେଟ୍ରୋ ସିଟି ଏଟିଏମରେ ଗ୍ରାହକ ଫ୍ରି ଟ୍ରାଞ୍ଜାକ୍ସନ କରିପାରିବେ। ସବୁ ସହରରେ ସ୍ୟାଲେରି ଆକାଣ୍ଟଧାରୀ ଅଧିକ ଟ୍ରାଞ୍ଜାକ୍ସନ କରି ପାରିବେ।

ସେଭିଂଗ୍ସ ଆକାଉଣ୍ଟଧାରୀ ଗୋଟିଏ ଆର୍ଥିକ ବର୍ଷରେ ପ୍ରଥମ ୧୦ଟି ଚେକ୍ ଫ୍ରିରେ ମିଳିବ। ଏହି ୧୦ ଟିକିଆ ଚେକ୍‌ବୁକ୍ ଲାଗି ୪୦ ଟଙ୍କା ଜିଏସଟି ଦେବାଲାଗି ହେବ। ସେହିପରି ୨୫ ଟିକିଆ ଚେକ୍ ବୁକ ଲାଗି ୭୫ ଟଙ୍କା ଜିଏସଟି ଦେବା ଲାଗି ହେବ।

   Related Posts