ପରିଣତ ବୟସରେ ମଧ୍ୟ ଜାପାନର ମହିଳାମାନେ କିଭଳି ଫିଟ୍ ରହନ୍ତି ଜାଣନ୍ତୁ
17/07/2019 at 4:20 PM

ଆମେ ସମସ୍ତେ ଏହା ଜାଣୁ ଯେ ଜାପାନର ସମସ୍ତ ମହିଳା କେତେ ସୁନ୍ଦର ଏବଂ ଫିଟ୍। ସେମାନେ ଯେତେ ବୟସ୍କ ହେଲେ ମଧ୍ୟ ତାଙ୍କ ଫିଟନେସ୍ ସବୁବେଳେ ବଜାୟ ରହିଥାଏ। ଏପରି ବହୁତ କମ୍ ମହିଳା ଦେଖାଯାଆନ୍ତି ଯେଉଁମାନେ ଅନଫିଟ୍ ଏବଂ ଅନହେଲଦି ଥାଆନ୍ତି। ଆଜି ଆମେ ଆପଣଙ୍କୁ ତାଙ୍କର ଫିଟନେସ୍ ଏବଂ ସୈାନ୍ଦର୍ଯ୍ୟର ରାଜ କହିବା। ଆଜି ଆମେ ଆପଣଙ୍କୁ କହିବା କିପରି ଆପଣମାନେ ମଧ୍ୟ ତାଙ୍କପରି ଫିଟ୍ ଦେଖାଯିବେ।

- ସେଠାରେ ସି-ଫୁଡ୍ ପ୍ରଚୁର ପରିମାଣରେ ଖିଆଯାଇଥାଏ। ଏହା ବ୍ୟତୀତ ଚାଲୁ ଚାଲୁ ଖାଇବାକୁ ସେଠାକାର ଲୋକେ ଭୁଲ୍ ବୋଲି କହିଥାଆନ୍ତି। ଖାଦ୍ୟ ପ୍ରସ୍ତୁତ କରିବାବେଳେ ସେମାନେ ସିଝା ଖାଦ୍ୟ ଖାଇଥାଆନ୍ତି ଏବଂ ସୁପ୍ ପିଇଥାଆନ୍ତି। ତାଙ୍କ ଖାଦ୍ୟ ପୁଷ୍ଟିସାରରେ ଭରା ହୋଇଥାଏ।

- ସେମାନେ କଞ୍ଚା ସୁଶୀ ଖାଇଥାଆନ୍ତି ଏବଂ ଏହା ଚାଉଳ ସହ କିମ୍ବା ସି-ବିଡ ସହ ଖିଆଯାଇଥାଏ। ଜାପାନରେ ଲୋକେ ବହୁତ କମ୍ ଖାଦ୍ୟ ଖାଇଥାଆନ୍ତି। ଜାପାନରେ ପ୍ଲେଟରେ ବହୁତ କମ୍ ଖାଦ୍ୟ ପରସାଯାଇଥାଏ ଏବଂ ସମସ୍ତେ ଚପଷ୍ଟିକରେ ଖାଇଥାଆନ୍ତି।

- ସେଠାକାର ମହିଳାମାନେ ଚାଲିବାକୁ ବେଶୀ ଭଲ ପାଇଥାଆନ୍ତି। ଜାପାନରେ ଲୋକେ ହାଇକିଙ୍ଗ ପାଇଁ ଯାଇଥାଆନ୍ତି।

- ଜାପାନରେ ଲୋକେ ମାର୍ଶାଲ ଆର୍ଟକୁ ବେଶୀ ଫଲୋ କରନ୍ତି। ଏଠାକାର ପୁରୁଷ ଏବଂ ମହିଳାମାନେ ପ୍ରତିଦିନ କିଛି ନା କିଛି ଖେଳରେ ସାମିଲ ହୋଇଥାଆନ୍ତି। ଜାପାନରେ ଲୋକେ ଉଷୁମ ପାଣିରେ ଗାଧୋଇ ଥାଆନ୍ତି ଯାହା ତ୍ବଚାରେ ସୈାନ୍ଦର୍ଯ୍ୟ ଆଣି ଦେଇଥାଏ।

Related Posts
ଆଖି ଫୁଲୁଥିଲେ ଖାଆନ୍ତୁ ଏହି ଫଳ, ସାତ ଦିନରେ ଦେଖାଇବ ପ୍ରଭାବ
22 April 2021
କ୍ଷୀରରେ ମିଶାଇ ପିଅନ୍ତୁ ଏକ ଚାମଚ ଘିଅ, ମିଳିବ ଅନେକ ଫାଇଦା
22 April 2021
ଶୋଇବା ପୂର୍ବରୁ ଆପଣାନ୍ତୁ ଏହି ବ୍ୟୁଟି ଟିପ୍ସ, ଚମକିବ ଚେହେରା
21 April 2021