Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କାର୍ଯ୍ୟରେ ଅବହେଳା ଯୋଗୁଁ ୬ ପୋଲିଂ କର୍ମଚାରୀ ନିଲମ୍ବିତ

19/04/2019 at 1:33 PM

ବରଗଡ ୧୯|୪:  ଗତକାଲି ଦ୍ବିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ମତଦାନ କାର୍ଯ୍ୟରେ ଅବହେଳା ଯୋଗୁଁ ୬ଜଣ ପୋଲିଂ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି । ବରଗଡ ଜିଲ୍ଲାପାଳ ପୋଲିଂ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି । ବୁଥ୍ ନଂ ୬୮ ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ, ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ, ବୁଥ୍ ନଂ ୨୩୫ ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ, ପ୍ରିଜାଇଡିଂ ଅଫିସର ପ୍ରିୟବ୍ରତ ସାହୁ, ବୁଥ୍ ନଂ ୧୬ ସେକ୍ଟର ଅଫିସର ପ୍ରଦୀପ ପ୍ରଧାନ, ପ୍ରିଜାଇଡିଂ ଅଫିସର ରେଶମ ସେଟ୍ଟି ପୋଟଟାଏଙ୍କୁ  ନିଲମ୍ବନ କରାଯାଇଛି ।

   Related Posts