ଚିତ୍ରକୋଣ୍ଡା ଥାନାର ୬ କର୍ମଚାରୀ କରୋନା ପଜିଟିଭ୍, ଅନିର୍ଦ୍ଧିଷ୍ଟ କାଳ ପାଇଁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା
30/07/2020 at 10:55 AM

ଚିତ୍ରକୋଣ୍ଡା ୩୦।୭: କରୋନା ଯୋଦ୍ଧା ସଂକ୍ରମିତ । ଚିତ୍ରକୋଣ୍ଡା ଥାନାର ୬ ଜଣ ପୋଲିସ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ପଜିଟିଭ୍ ଚିହ୍ନଟ ପରେ ଚିତ୍ରକୋଣ୍ଡା ଥାନା ସହ ଚିତ୍ରକୋଣ୍ଡା ଦୈନିକ ବଜାର ଓ ଚିତ୍ରକୋଣ୍ଡା ସରକାରୀ କଲୋନୀକୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛନ୍ତି ଚିତ୍ରକୋଣ୍ଡା ବ୍ଲକ୍ ପ୍ରଶାସନ ଅଧିକାରୀ । ବିଇଓ କାର୍ଯ୍ୟାଳୟରେ ଅସ୍ଥାୟୀ ଭାବେ ଚିତ୍ରକୋଣ୍ଡା ଥାନାର କାମ ଚାଲୁ ରହିବ ।

କଣ୍ଟେନମେଣ୍ଟ ଜୋନ୍ ଘୋଷଣା ହେବା ପରେ ଘରୁ ବାହାରକୁ ବାହାରିବାକୁ ବାରଣ କରିଛନ୍ତି ବ୍ଲକ୍ ପ୍ରଶାସନ। ଅତ୍ୟାବଶ୍ୟକୀୟ ସାମଗ୍ରୀ ପାଇଁ ଫୋନ୍ ନଂ ରେ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି । ବ୍ଲକ୍ ଅଧିକାରୀ ଚିତ୍ରକୋଣ୍ଡା ବଜାର ଓ ସରକାରୀ କଲୋନୀର ପ୍ରବେଶ ରାସ୍ତାକୁ ସିଲ୍ କରିଛନ୍ତି ।
Related Posts
କରୋନାରେ ଆକ୍ରାନ୍ତ ହେଲେ ପୂର୍ବତନ ବିଧାୟକ, ହସ୍ପିଟାଲରେ ଭର୍ତ୍ତି
20 April 2021