ହେଲମେଟ୍‌ ଚେକିଂ ବେଳେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡମରା ଘଟଣା, ଭିଡିଓ ଭାଇରାଲ ପରେ ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କଲେ ଏସପି

Published By : Prameya-News7 Bureau | September 09, 2021 IST

କେନ୍ଦ୍ରାପଡା ୦୯/୦୯ : ହେଲମେଟ୍‌ ଯାଞ୍ଚବେଳେ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ମାଡମରା ଘଟଣା ପୋଲିସ ବାବୁଙ୍କୁ ମହଙ୍ଗା ପଡିଛି । ୬ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି ଏସ୍‌ପି । କେନ୍ଦ୍ରାପଡା ଏସ୍‌ପି ଏମ୍‌ ସମ୍ବିତ ସମ୍ପଦ, ମାଡମରା ଘଟଣାରେ ସଂପୃକ୍ତି ଥିବା ୬ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଥିବା ସୂଚନା ମିଳିଛି । ନିଲମ୍ବିତ ୬ ପୋଲିସଙ୍କ ମଧ୍ୟରେ ଜଣେ ହାବିଲଦାର, ଦୁଇ ମହିଳା କନଷ୍ଟେବଲ ମଧ୍ୟ ରହିଛନ୍ତି ।

ସୂଚନାଯୋଗ୍ୟ, ତିନିମୁହାଣୀ ଛକରେ ଥିବା ସେଲ୍ଫି ପଏଣ୍ଟ ନିକଟରେ ଟାଉନ୍ ଥାନା ପୋଲିସ ପକ୍ଷରୁ ଗତ ସନ୍ଧ୍ୟାରେ ହେଲମେଟ୍ ଯାଞ୍ଚ କରାଯାଉଥିଲା। ଏହି ସମୟରେ ଜଣେ ବାଇକ ଚାଳକ ନିଜ ସାଙ୍ଗରେ ଜଣେ ମହିଳାଙ୍କୁ ନେଇ ଆସୁଥିଲେ। ସେ ହେଲମେଟ ପିନ୍ଧି ନଥିବାରୁ ପୋଲିସ ତାଙ୍କୁ ଅଟକାଇଥିଲା। ଉଭୟଙ୍କ ମଧ୍ୟରେ ବଚସା ବେଳେ ବାଇକ ଚାଳକ ଜଣକ ପୋଲିସକୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଭାଇରାଲ ଭିଡିଓରେ ୪/୫ ଜଣ ପୋଲିସ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କୁ ନିସ୍ତୁକ ପିଟୁଥିବା ଦେଖିବାକୁ ମିଳିଥିଲା । ଘଟଣା ଘଟିବା ପରେ ତିନିମୁହାଣୀ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଥିଲା । ବାଇକ ଆରୋହୀଙ୍କୁ ଅଟକ ରଖାଯିବା ପରେ ଗିରଫ କରା କରିଥିଲା ପୋଲିସ । ସେପଟେ ଗୁରୁବାର ଘଟଣାରେ ସଂପୃକ୍ତ ୬ ଜଣ ପୋଲିସ କାର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି କେନ୍ଦ୍ରାପଡଶ ଏସ୍‌ପି । ଘଟଣାକୁ ନେଇ ଅଧିକ ତଦନ୍ତ ଜାରିରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.