Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଲୋକସଭା ନିର୍ବାଚନ : ସକାଳ ୯ଟା ସୁଦ୍ଧା ରାଜ୍ୟରେ ୬ପ୍ରତିଶତ ହୋଇଛି ମତଦାନ

11/04/2019 at 10:53 AM

ଭୁବନେଶ୍ବର ୧୧|୪: ସପ୍ତଦଶ ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ ଆରମ୍ଭ ହୋଇଛି । ନିଜ ନିଜର ମତ ସାବ୍ୟସ୍ତ କରୁଛନ୍ତି ଭୋଟର । ଆଜି ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୬ ପ୍ରତିଶତ ଭୋଟିଂ ହୋଇଥିବା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି। କୋରାପୁଟରେ ୧୨ ପ୍ରତିଶତ ଭୋଟିଂ ହୋଇଥିବାବେଳେ ମାଲକାନଗିରିରେ ୬ପ୍ରତିଶତ ମତଦାନ ହୋଇଛି । ସେହିପରି ବ୍ରହ୍ମପୁରରେ ୧୧ ପ୍ରତିଶତ ମତଦାନ ହୋଇଛି ।

ଦେଶର ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ୯୧ ଲୋକସଭା କ୍ଷେତ୍ରରେ ଅନୁଷ୍ଠିତ ହେଉଛି ଭୋଟ୍ । ୧୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨କୋଟି ୯୭ ଲକ୍ଷ ଭୋଟର । ୧୨୭୯ ପ୍ରାର୍ଥୀଙ୍କ ମଧ୍ୟରୁ ୫୫୯ ସ୍ବାଧୀନ ଏବଂ ୮୯ ଜଣ ମହିଳା ଅଛନ୍ତି ।

ଆନ୍ଧ୍ରପ୍ରଦେଶର ୨୫, ତେଲଙ୍ଗାନାର ୧୭, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୭, ଉତ୍ତରାଖଣ୍ଡ ଓ ଆସାମର ୫ଟି ଲେଖାଏଁ ନିର୍ବାଚନମଣ୍ଡଳୀ, ବିହାର ଓ ଓଡ଼ିଶାର ୪ଟି ଲେଖାଏଁ ଲୋକସଭା ନିର୍ବାଚନମଣ୍ଡଳୀ, ଜମ୍ମୁ କାଶ୍ମୀର, ଅରୁଣାଚଳପ୍ରଦେଶ, ମେଘାଳୟ ଏବଂ ପଶ୍ଚିମବଙ୍ଗରେ ଦୁଇଟି ଲେଖାଏଁ ଲୋକସଭା ନିର୍ବାଚନମଣ୍ଡଳୀ, ଏବଂ ଛତିଶଗଡ, ମଣିପୁର, ମିଜୋରାମ, ନାଗାଲାଣ୍ଡ, ତ୍ରିପୁରା, ସିକ୍କିମ୍, ଆଣ୍ଡାମାନ-ନିକୋବର ଏବଂ ଲାକ୍ଷ୍ବାଦୀପରେ ଗୋଟିଏ ଲେଖାଏଁ ଲୋକସଭା ନିର୍ବାଚନମଣ୍ଡଳୀରେ ଭୋଟ୍ ଅନୁଷ୍ଠିତ ହେଉଛି । ଲୋକସଭା ସହିତ ଆନ୍ଧ୍ରପ୍ରଦେଶ, ସିକ୍କିମ ଓ ଅରୁଣାଚଳପ୍ରଦେଶ ଏବଂ ଓଡିଶାର ୧୪୭ଟି ବିଧାନସଭା ଆସନରୁ ୨୮ଟି ବିଧାନସଭା ଆସନ ପାଇଁ ହେଉଛି ମତଦାନ ।

   Related Posts