Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଶନିବାର ଏହି ସବୁ ଜିଲ୍ଲାରେ ବର୍ଷା : ବଢିବ ତାପମାତ୍ରା, କମିବ ଶୀତ
  • ||
  • ଭୟଙ୍କର ଦୁର୍ଘଟଣା : ମହାନଦୀ ପୋଲରେ ବୋଲେରୋକୁ ପିଟିଲା ଟ୍ରକ୍, ୫ ମୃତ
  • ||

ଓମିକ୍ରନ୍‌ ଚିନ୍ତା: ପ୍ରଥମ ଦିନରେ ୬ ବିଦେଶ ଫେରନ୍ତା କରୋନା ପଜିଟିଭ୍‌ ଚିହ୍ନଟ, କଣ ହେବ ଜିନୋମ୍‌ ସିକ୍ବେନ୍ସ ରିପୋର୍ଟ ?

1/12/2021 at 11:10 PM

ନୂଆଦିଲ୍ଲୀ ୦୧/୧୨: କରୋନାର ନୂଆ ରୂପ ଓମିକ୍ରନର ଯାଞ୍ଚ ପାଇଁ ବିମାନବନ୍ଦରରେ ଯାଞ୍ଚ ପ୍ରକ୍ରିୟା କଡ଼ାକଡ଼ି ହୋଇଛି। ପ୍ରଥମ ଦିନରେ ୧୧ଟି ଅନ୍ତର୍ଜାତୀୟ ବିମାନରେ ଆସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୬ ଜଣ ସଂକ୍ରମିତ ମିଳିଛନ୍ତି । ସେମାନଙ୍କ ସାମ୍ପଲକୁ ଜିନୋମ ସିକ୍ବେନ୍ସ ପାଇଁ ପଠାଇ ଦିଆଯାଇଛି। ଏଥିରୁ ସେମାନେ କରୋନା ଭୂତାଣୁର କେଉଁ ଭାରିଏଣ୍ଟ ଦ୍ବାରା ସଂକ୍ରମିତ ହୋଇଛନ୍ତି ତାହା ଜଣାପଡ଼ିବ।

ବୁଧବାର ଅପରାହ୍ଣ ୪ଟା ସୁଦ୍ଧା ଦେଶର ବିଭନ୍ନ ଏୟାରପୋର୍ଟରେ ୧୧ଟି ଅନ୍ତର୍ଜାତୀୟ ବିମାନ ଅବତରଣ କରିଥିଲା। ଏଥି​‌ରେ ଆସିଥିବା ମୋଟ ୩୪୭୬ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬ ଜଣଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ପଜିଟିଭ୍‌ ଆସିଛି । ଏହି ସବୁ ବିମାନ ୧୪ଟି ଦେଶରୁ ଆସିଛି ଯେଉଁଠି ଓମିକ୍ରନ୍‌ ସଂକ୍ରମଣ ବ୍ୟାପିଛି। ସଂକ୍ରମିତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

ଓମିକ୍ରନ୍‌ ପ୍ରଭାବିତ ଦେଶଗୁଡ଼ିକରୁ ଆସୁଥିବା ଯାତ୍ରୀଙ୍କୁ ଏୟାରପୋର୍ଟରେ ରାପିଡ୍‌ ପିସିଆର ଟେଷ୍ଟ କରାଯାଉଛି। ରିପୋର୍ଟ ନେଗେଟିଭ୍‌ ଆସିଲେ ହିଁ ଯାତ୍ରୀଙ୍କୁ ଘରକୁ ଯିବାକୁ ଅନୁମତି ମିଳୁଛି। ରିପୋର୍ଟ ପଜିଟିଭ୍‌ ଆସିଲେ ସେମାନଙ୍କ ନମୂନା ଜିନୋମ୍‌ ସିକ୍ବେନ୍ସ ପାଇଁ ପଠାଯାଉଛି। ଏହା ଦ୍ବାରା ସେମାନେ କରୋନାର କେଉଁ ଭାରିଏଣ୍ଟ ଦ୍ବାରା ସଂକ୍ରମିତ ହୋଇଛନ୍ତି ତାହା ଜଣାପଡ଼ିବ। ସେଥିପାଇଁ ଦୁଇ ଦିନ ସମୟ ଲାଗିବ ।  

   Related Posts