Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

୬ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ସତର୍କ ସୂଚନା ଜାରି

11/08/2018 at 11:57 AM

ଭୁବନେଶ୍ୱର ୧୧/୮ : ୬ ଜିଲ୍ଲାକୁ ବର୍ଷା ସହ ବଜ୍ରପାତ ସତର୍କ ସୂଚନା ଜାରି କଲା ଆଞ୍ଚଳିକ ପାଣିପାଗ ବିଭାଗ | ଏହି ଜିଲ୍ଲାଗୁଡ଼ିକ ହେଲା ଖୋର୍ଦ୍ଧା, ପୁରୀ, ଗଂଜାମ, ନୟାଗଡ଼, ଗଜପତି ଓ ଢେଙ୍କାନାଳ | ଅନ୍ୟ ପଟେ ଅଗଷ୍ଟ ୧୩ରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଏକ ଲଘୁଚାପ ବଳୟ ସୃଷ୍ଟି ହେବ । ଏହାର ପ୍ରଭାବରେ ପଶ୍ଚିମବଙ୍ଗ ସମେତ ଉତ୍ତର ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । କୋରାପୁଟ, କନ୍ଧମାଳ, କଳାହାଣ୍ଡି, ମାଲକାନାଗିରି ଏବଂ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୧୨ ତାରିଖରୁ ମୟୁରଭଞ୍ଜ, ବାଲେଶ୍ବର, କେନ୍ଦୁଝର, ଭଦ୍ରକ,ସୁନ୍ଦରଗଡ ସମେତ ଉପକୁଳ ଓଡିଶା କେନ୍ଦ୍ରାପଡା, କଟକ, ପୁରୀ, ଜଗତସିଂହପୁର ଏବଂ ଯାଜପୁରରେ ୧୪ ତାରିଖ ଯାଏଁ ବର୍ଷାର ପ୍ରଭାବ ରହିବ । ତେବେ ୧୩ ଓ ୧୪ରେ ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ବର୍ଷା ହେବା ସହିତ ୧୧ଟି ଜିଲାରେ ଅତି ପ୍ରବଳ ବର୍ଷା ହେବ।

   Related Posts