ଓଡ଼ିଶାର ୬ଟି ଜିଲ୍ଲା ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ଫନିର ପ୍ରଭାବ ଅଧିକ ରହିବ: ଆଉ ୭ଟି ଜିଲ୍ଲା ମଧ୍ୟ ହେବ ପ୍ରଭାବିତ

Published By : Prameya-News7 Bureau | April 30, 2019 IST

ଭୁବନେଶ୍ବର ୩୦|୪: ଗଭୀର ସମୁଦ୍ର ଭିତରେ ଭେରି ସିଭିୟର ସାଇକ୍ଲୋନର ରୂପ ନେଇ ସାରିଛି ‘ଫନି’ । ଆସନ୍ତା ୨୪ଘଣ୍ଟା ଭିତରେ ଏହା ଭେରି ଭେରି ସିଭିୟର ସାଇକ୍ଲୋନରେ ପରଣତ ହେବ । ତେବେ ଆଗାମୀ ୩ ତାରିଖ ଅପରାହ୍ଣରେ ଏହା ପୁରୀ ନିକଟରେ ଲ୍ୟାଣ୍ଡଫଲ୍‌ କରିବ ବୋଲି ଅନୁମାନ କରାଯାଉଛି । ତଥାପି ଏହାର ମୁଭ୍‌ମେଣ୍ଟ ଉପରେ ନଜର ରଖିଛନ୍ତି ପାଣିପାଗ ବିଜ୍ଞାନୀମାନେ ।….

{"id":109206}

‘ଫନି’କୁ ନେଇ ବଢ଼ୁଛି ସନସନି । ଏମିତି ତ ବାତ୍ୟା ନାଁ ଶୁଣିଲେ ଛାତିରେ ଛନକା ପଶେ । କାହିଁକି ନା’ ପ୍ରକୃତିର ଏଭଳି ତାଣ୍ଡବକୁ ଆଗରୁ ଅନେକ ଥର ଦେଖିଛି ଓଡ଼ିଶା । ସେ ୧୯୯୯ ମହାବାତ୍ୟା ହେଉ କି ଫାଇଲିନ୍‌, ହୁଦ୍‌ହୁଦ୍‌ କିମ୍ବା ତିତ୍‌ଲି । ଖାସ୍‌ ସେଇଥି ପାଇଁ ଏବେ ପୁଣି ମନରେ ଭୟ ସୃଷ୍ଟି କରିଛି ‘ଫନି’ ।

{"id":109207}

ସମୁଦ୍ର ଭିତରେ ଭେରି ସିଭିୟର ସାଇକ୍ଲୋନର ରୂପ ନେଇସାରିଥିବା ‘ଫନି’ ଆସନ୍ତା ୨୪ ଘଣ୍ଟା ଭିତରେ ଭେରି ଭେରି ସିଭିୟର ସାଇକ୍ଲୋନରେ ପରିଣତ ହେବ ।

{"id":109212}

ଆସନ୍ତା ୩ ତାରିଖ ଅପରାହ୍ଣରେ ଏହା ପୁରୀ ନିକଟରେ ଲ୍ୟାଣ୍ଡଫଲ କରିବ ବୋଲି ଅନୁମାନ କରାଯାଉଛି । ଫନି ଏବେ ପୁରୀଠାରୁ ୮୩୦ କିଲୋମିଟର ଦୂରରେ ରହିଛି । ଏହାର ପ୍ରଭାବରେ ଆସନ୍ତା ୨ ତାରିଖରୁ ଉପକୂଳ ଓଡ଼ିଶାରେ ଘଣ୍ଟାକୁ ୪୦ରୁ ୫୦ କିଲୋମିଟର ପବନ ସହ ବର୍ଷା ଆରମ୍ଭ ହୋଇଯିବ । ତେବେ ୩ ତାରିଖ ସିକାଳେ ପବନର ବେଗ ୬୦ରୁ ୭୦ କିଲୋମିଟରକୁ ବଢ଼ିବ । ସେହିଦିନ ଅପରାହ୍ଣରେ ଯେଉଁଠି ଲ୍ୟାଣ୍ଡଫଲ କରିବ ସେଠାରେ ପବନର ବେଗ ଘଣ୍ଟା ପ୍ରତି ୧୭୦ରୁ ୧୮୦ କିଲୋମିଟର ରହିବ ।

{"id":109209}

ଓଡ଼ିଶାର ୬ଟି ଜିଲ୍ଲା ଗଞ୍ଜାମ, ପୁରୀ, କେନ୍ଦ୍ରାପଡ଼ା, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ଫନିର ପ୍ରଭାବ ଅଧିକ ରହିବ ବୋଲି ଅନୁମାନ କରାଯାଉଛି । ଯଦି ପୁରୀ ନିକଟରେ ଫନି ଲ୍ୟାଣ୍ଡଫଲ କରୁଛି ତାହେଲେ ଏହି ସବୁ ଜିଲ୍ଲା ଗୁଡ଼ିକରେ ଅଧିକ କ୍ଷୟକ୍ଷତି ହେବ ବୋଲି ଆକଳନ କରାଯାଉଛି ।  ସେହିଭଳି ଭଦ୍ରକ, ବାଲେଶ୍ବର, ଯାଜପୁର, ଢ଼େଙ୍କାନାଳ, ମୟୁରଭଞ୍ଜ, ଅନୁଗୋଳ, କେନ୍ଦୁଝର ଆଦି ଜିଲ୍ଲା ମଧ୍ୟ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇପାରେ ।

{"id":109210}

ଆସନ୍ତା କାଲି ଅର୍ଥାତ୍‌ ୧ ତାରିଖ ସଂଧ୍ୟାରୁ ଫନି ଉତ୍ତର-ଉତ୍ତର ପୂର୍ବ ହୋଇ ଓଡ଼ିଶା ଉପକୂଳ ଦିଗରେ ଗତି କରିବ ବୋଲି ଅନୁମାନ କରୁଛି ଆଇଏମଡି । ତେବେ ୪ ତାରିଖ ସକାଳେ ସାଢ଼େ୫ଟାରୁ ଏହା ଧୀରେ ଧୀରେ ଦୁର୍ବଳ ହେବ । 

{"id":109211}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.