Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ମୁଣ୍ଡଳୀ ବ୍ୟାରେଜରୁ ଡେଇଁ ଜଣେ ନିଖୋଜ, ବ୍ରିଜ୍ ଉପରେ ଅଛି ଗାଡି ଓ ମୋବାଇଲ୍
  • ||
  • ଖୋର୍ଦ୍ଧା : ଯୁବକକୁ ଖୋଜି ଆଣିବା ଦାବିରେ ଏସ୍‌ପି ଅଫିସ୍ ଘେରାଉ, ରବିବାରଠୁ ଗାଈ ଚରେଇବାକୁ ଯାଇ ଅଛନ୍ତି ନିଖୋଜ
  • ||
  • ଚାନ୍ଦବାଲି : ଖେଳୁଥିବା ବେଳେ ପୋଖରୀରେ ବୁଡିଗଲେ ଦେଢ ବର୍ଷର ଶିଶୁ କନ୍ୟା, ଡାକ୍ତରଖାନାରେ ମୃତ୍ୟୁ
  • ||
  • ଭୁବନେଶ୍ବର : ମମିତା ଘଟଣାରେ ରାଜଧାନୀ ହୁଲସ୍ତୁଲ, ଡିସିପି ଅଫିସ୍ ଘେରାଉ ବେଳେ ବିଜେପି କର୍ମୀ ଓ ପୋଲିସ ଧସ୍ତାଧସ୍ତି
  • ||
  • ନୟାଗଡ : ଗୁଣିଗାରେଡି ସନ୍ଦେହରେ ୫ ଜଣଙ୍କୁ ନିର୍ଯାତନା ଘଟଣା : ୫ ଜଣଙ୍କୁ ଗିରଫ କଲା ପୋଲିସ
  • ||
  • ମର୍ମନ୍ତୁଦ ଦୁର୍ଘଟଣା: ଡୋଡା ଘାଟିରେ ଖସିପଡିଲା ମାଟାଡୋର, ୮ ମୃତ ଓ ଅନେକ ଆହତ
  • ||
  • ଜଗତସିଂହପୁର : ଷ୍ଟାଡିୟମ୍ ନିକଟରୁ ମିଳିଲା ଯୁବକଙ୍କ ମୃତଦେହ, ବୁଧବାର ସନ୍ଧ୍ୟାରୁ ଥିଲେ ନିଖୋଜ
  • ||
  • କଳାହାଣ୍ଡି : ମମିତା ମେହେର ହତ୍ୟା ମାମଲାରେ କଂଗ୍ରେସର ଧାରଣା ୩ୟ ଦିନରେ, ମନ୍ତ୍ରୀ ଇସ୍ତଫା ନଦେଲେ ତୀବ୍ର ହେବ ଆନ୍ଦୋଳନ
  • ||
  • କଳାହାଣ୍ଡି : ଇନ୍ଦ୍ରାବତୀ ଦକ୍ଷିଣ ମୁଖ୍ୟ କେନାଲରେ ଘାଇ, ଶହ ଶହ ହେକ୍ଟର ଧାନ ଚାଷ ନଷ୍ଟ ଆଶଙ୍କା
  • ||
  • ଢେଙ୍କାନାଳ : ଶୌଚ ହୋଇ ଫେରିବା ବେଳେ ବୃଦ୍ଧଙ୍କୁ କଚାଡିଦେଲା ଦନ୍ତା, ଡାକ୍ତରଖାନାରେ ଚାଲିଗଲା ଜୀବନ
  • ||

ଦିଲ୍ଲୀରେ ୬ ଓଡ଼ିଆ ପ୍ରବାସୀଙ୍କ ମୃତ୍ୟୁ

26/04/2021 at 6:59 PM

ନୂଆଦିଲ୍ଲୀ ୨୬/୦୫ : ୨୪ ଘଣ୍ଟାରେ ରାଜଧାନୀ ଦିଲ୍ଲୀରେ ୬ ଜଣ କୋଭିଡ ଆକ୍ରାନ୍ତ ଓଡ଼ିଆ ପ୍ରବାସୀଙ୍କ ମୃତ୍ୟୁ ହୋଇଛି। ସେମାନଙ୍କ ମଧ୍ୟରେ ଦିଲ୍ଲୀ ଜଗନ୍ନାଥ ଛାପାଖାନା ମାଲିକ ପ୍ରେମାନନ୍ଦ ସ୍ୱାଇଁ, ଭାରତ ସରକାରଙ୍କ ଅବସରପ୍ରାପ୍ତ ଅତିରିକ୍ତ ସଚିବ ଡ.ବିରଞ୍ଚି ନାରାୟଣ ନନ୍ଦ ଓ ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ମନୋଜ ଦାସ ଅଛନ୍ତି।

ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ମହିଷାମୁଣ୍ଡା ଗାଁର ମୂଳବାସିନ୍ଦା ପ୍ରେମାନନ୍ଦ ସ୍ୱାଇଁଙ୍କର ରବିବାର ଦିନ ଜନକପୁରୀ ସ୍ଥିତ ଆର୍ଯ୍ୟ ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା। ଉତ୍ତର ଭାରତରେ ଓଡ଼ିଆ ଭାଷାର ପ୍ରଚାର ଓ ପ୍ରସାର ଦିଗରେ ସ୍ବର୍ଗତ ସ୍ୱାଇଁଙ୍କର ବିଶେଷ ଭୂମିକା ରହିଥିଲା। ଗତ ୩୦ ବର୍ଷ ଧରି ଦିଲ୍ଲୀ ଶାହାପପୁରାଜା ଠାରେ ଏକ ଛାପାଖାନା ଚଲାଉଥିଲେ। ଦିଲ୍ଲୀରୁ ପ୍ରକାଶିତ ଅଧିକାଂଶ ଓଡ଼ିଆ ପତ୍ରିକା, ପୁସ୍ତକ ଓ ବାହାଘର ନିମନ୍ତ୍ରଣ ପତ୍ର ତାଙ୍କ ଛାପାଖାନାରେ ଛପା ଯାଉଥିଲା। ଦିଲ୍ଲୀରେ ଅଧିକାଂଶ ଓଡ଼ିଆ ସାମାଜିକ ଓ ସାଂସ୍କୃତିକ ସଂଗଠନ ସହ ସେ ଜଡିତ ଥିଲେ। ସୁବାସ ନଗର ସ୍ମଶାନ ଘାଟରେ ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି। ଏକମାତ୍ର ପୁଅ ସମୀର ମୁଖାଗ୍ନି ଦେଇଥିଲେ।

ଅପରପକ୍ଷେ କେନ୍ଦ୍ର ଶ୍ରମ ମନ୍ତ୍ରଣାଳୟ ଅବସରପ୍ରାପ୍ତ ଅତିରିକ୍ତ ସଚିବ ଡାକ୍ତର ନନ୍ଦଙ୍କର ଦିଲ୍ଲୀ ସେନା ଡାକ୍ତରଖାନାରେ ରବିବାର ସକାଳୁ ମୃତ୍ୟୁ ହୋଇଥିଲା। ସେ ଗତବର୍ଷ ଚାକିରୀରୁ ଅବସର ନେଇଥିଲେ। ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ମନୋଜ ଦାସଙ୍କ ଗ୍ରେଟର ନୋଇଡା ସାରଦା ଡାକ୍ତରଖାନାରେ ମୃତ୍ୟୁ ହୋଇଛି | ରାଷ୍ଟ୍ରୀୟ କୋଠା ନିର୍ମାଣ ନିଗମ ତରଫରୁ ବିଭିନ୍ନ ଅଦାଲତରେ ମାମଲା ପରିଚାଳନା କରି ସ୍ବର୍ଗତ ଦାସ ସୁନାମ ଅର୍ଜନ କରିଥିଲେ।

ସେହିପରି ଗୁରୁଃଗ୍ରାମ ସୋହନା ରୋଡରେ ରହୁଥିବା କେନ୍ଦ୍ରାପଡା ଆଳି ବ୍ଲକ ସୁନ୍ଦରପୁର ଗାଁର ମନୋଜ କୁମାର ସାହୁ ଓ ଫରିଦାବାଦ ସେକ୍ଟର-୫୮ରେ ରହୁଥିବା ଯାଜପୁର ଜିଲ୍ଲା ବରୀ ବ୍ଲକ କାଇପଡା ଗାଁର ସତ୍ୟ ନାରାୟଣ ସାହୁ ଓ କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ ଉଦୟପୁର ଗାଁର ୨୭ ବର୍ଷୀୟ ସଚ୍ଚିଦାନନ୍ଦ ଷଡ଼ଙ୍ଗୀଙ୍କର ଗୁରୁଃଗ୍ରାମ ସ୍ଥିତ ଏକ ହସ୍ପିଟାଲରେ ମୃତ୍ୟୁ ହୋଇଛି।

   Related Posts