୬ ବ୍ରିଟେନ ଫେରନ୍ତାଙ୍କଠାରେ କରୋନାର ନୂଆ ଷ୍ଟ୍ରେନ୍, ବଢିଲା ଚିନ୍ତା

Published By : Prameya-News7 Bureau | December 29, 2020 IST

ନୂଆଦିଲ୍ଲୀ,୨୯/୧୨:  ସାରା ଦେଶ ନୂଆ ବର୍ଷ ପାଳନ ପାଇଁ ଉତ୍ସାହିତ ଥିବା ବେଳେ ଏକ ଚିନ୍ତାଜନକ ଖବର ସାମ୍ନାକୁ ଆସିଛି । ଭାରତରେ କରୋନା ଭାଇରସର ନୂଆ ଷ୍ଟ୍ରେନ୍ ମୋଟ୍ ୬ଟି ମାମଲା ମିଳିଛି । ମଙ୍ଗଳବାର ସରକାରଙ୍କ ତରଫରୁ ଏନେଇ ସୂଚନା ଦିଆଯାଇଛି । ଏହାମଧ୍ୟରୁ ତିନୋଟି ବେଙ୍ଗାଲୁରୁ, ୨ଟି ହାଇଦ୍ରାବାଦ ଓ ଗୋଟିଏ ପୁଣେ ଲ୍ୟାବର ସାମ୍ପଲରେ ମିଳିଛି ।

ବ୍ରିଟେନରୁ ଆସୁଥିବା ଲୋକଙ୍କ ଜିନୋମ୍ ସ୍କିବୋସିଂ କରାଯାଇଥିଲା  । ଯାହାର ରିପୋର୍ଟ ମଙ୍ଗଳବାର ସାମ୍ନାକୁ ଆସିଛି । ଏଥିରେ ବିଭିନ୍ନ ଲ୍ୟାବରେ ଟେଷ୍ଟ ହୋଇଥିବା ନମୂନାର ରିପୋର୍ଟ ବାବଦରେ ସୂଚନା ଦିଆଯାଇଛି । 

କେଉଁଠୁ ମିଳିଥିଲା ନୂଆ ଷ୍ଟ୍ରେନ୍

ନଭେମ୍ବର ୨୫ରୁ ଡିସେମ୍ବର ୨୩ ମଧ୍ୟରେ ବ୍ରିଟେନରୁ ପ୍ରାୟ ୩୩,୦୦୦ ଲୋକ ଭାରତ ଆସିଛନ୍ତି । ସମସ୍ତଙ୍କୁ ଟ୍ରାକ୍ କରାଯାଇଛି । ଏଥିରେ ୧୧୪ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ସମସ୍ତଙ୍କ ନମୂନା ଦେଶର ୧୦ଟି ଲ୍ୟାବକୁ ପଠାଯାଇଥିଲା । ଏଥିରୁ ୬ଟିରେ ନୂଆ ଷ୍ଟ୍ରେନ୍ ଠାବ ହୋଇଛି । ସମସ୍ତ ସଂକ୍ରମିତଙ୍କୁ ଆଇସୋଲେସନରେ ରଖାଯାଇଛି । ସେମାନଙ୍କ ସମ୍ପର୍କରେ ଆସିଥିବା ଅନ୍ୟମାନଙ୍କୁ କ୍ୱାରେଣ୍ଟାଇନ କରାଯାଇଛି । ସେମାନଙ୍କ ଟ୍ରାଭେଲ୍ ହିଷ୍ଟ୍ରୀକୁ ମଧ୍ୟ ଯାଞ୍ଚ୍ କରାଯାଉଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.