Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||
  • ଅଭିନେତା ଆଶିଷ ରାୟଙ୍କ ପରଲୋକ
  • ||
  • ବାତ୍ୟା ‘ନିଭାର୍’ ପ୍ରଭାବରେ ଚେନ୍ନାଇରେ ବର୍ଷା
  • ||
  • ନବରଙ୍ଗପୁର : ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍, ୨ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୭୧ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୬୪୨ କରୋନା ସଂକ୍ରମିତ, ୩୧୫୨୭୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଆସୁଛି ବାତ୍ୟା ‘ନିଭାର୍’: ୨୫ରୁ ପ୍ରବଳ ବର୍ଷା, ଜିଲ୍ଲାପାଳଙ୍କୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ
  • ||

ଆଜି ଠାରୁ ଦେଶରେ ଲାଗୁ ହେବ ୬ଟି ନୂଆ ନିୟମ : ଜାଣନ୍ତୁ କ’ଣ

1/06/2019 at 12:28 PM

ନୁଆଦିଲ୍ଲୀ ୩୧/୫ : ଆସନ୍ତାକାଲି, ଜୁନ ୧ ତାରିଖରୁ ଦେଶରେ ୬ଟି ପରିବର୍ତ୍ତନ ହେବାକୁ ଯାଉଛି । ଏହି ପରିବର୍ତ୍ତନର ସିଧା ପ୍ରଭାବ ଆପଣଙ୍କ ଜୀବନ ଉପରେ ପଡିବ । ଏହି ନିୟମ ପରିବର୍ତ୍ତନ ଫଳରେ ଆପଣଙ୍କୁ ଆର୍ଥିକ କ୍ଷତି ମଧ୍ୟ ସହିବାକୁ ପଡିପାରେ । ଏଥିରେ ସାମିଲ ଅଛି ଗ୍ୟାସ ସିଲିଣ୍ଡର ମୂଲ୍ୟ, ରିଜର୍ଭ ବ୍ୟାଙ୍କର ଋଣ ନିୟମ, ଆର୍ମି କ୍ୟାଣ୍ଟିନରୁ ଅଧିକାରୀଙ୍କୁ ମିଳୁଥିବା କାରରେ ରିହାତି, ବସରେ ଲଗାଯାଉଥିବା ପେନିକ ବଟନ, ବିନା ହେଲମେଟ ପେଟ୍ରୋଲ ନେବା ନିୟମ । 

ଜୁନ ୧ ତାରିଖରୁ ରନ୍ଧନ ଗ୍ୟାସ ସିଲିଣ୍ଡର ଦାମରେ ପରିବର୍ତ୍ତନ ହେବ । ଗ୍ୟାସ ସିଲିଣ୍ଡର ଦାମ ବଢିପାରେ କିମ୍ବା କମିପାରେ ।

ଭାରତୀୟ ରିଜର୍ଭ ବ୍ୟାଙ୍କ ସାଧାରଣ ଜନତାଙ୍କ ସୁବିଧା ପାଇଁ ଆରଟିଜିଏମ ଜରିଆରେ ଟଙ୍କା ଟ୍ରାନ୍ସଫର କରିବା ସମୟ ଦେଢ଼ ଘଣ୍ଟା ବଢ଼ାଇ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ରଖିଛନ୍ତି । ଜୁନ ୧ ତାରିଖରୁ ଏହା ଲାଗୁ ହେବ ।  ଆରଟିଜିଏମ ବ୍ୟବସ୍ଥା  ଜରିଆରେ ଟଙ୍କା ଟ୍ରାନ୍ସଫର ତୁରନ୍ତ ହୋଇଥାଏ । ବଡ ଧରଣର ରାଶି ଟ୍ରାନ୍ସଫର ପାଇଁ ଆରଟିଜିଏମ ପ୍ରକ୍ରିୟା ଉପଯୋଗ ହୋଇଥାଏ । ଏହା ମାଧ୍ୟମରେ ସର୍ବନିମ୍ନ ୨ ଲକ୍ଷ ଟଙ୍କା ଟ୍ରାନ୍ସଫର କରାଯାଇପାରେ । ସର୍ବାଧିକ ଟ୍ରାନ୍ସଫର ପାଇଁ କୌଣସି ସୀମା ନାହିଁ ।

ସୈନ୍ୟ ଅଧିକାରୀଙ୍କୁ କାର କିଣିଲେ ଯେଉଁ ରିହାତି ମିଳୁଥିଲା ତାହା ଆଉ ମିଳିବନାହିଁ । ସରକାର ଏହି ସୁବିଧା ହଟେଇ ଦେଇଛନ୍ତି । ସୈନ୍ୟ ଅଧିକାରୀଙ୍କୁ କ୍ୟାଣ୍ଟିନ ଷ୍ଟୋରରୁ ରିହାତି ମୂଲ୍ୟରେ କାର ମିଳୁଥିଲା । ଏବେ ସେବା ନିବୃତ ଅଧିକାରୀ ଏବଂ ସେବାରତ ଅଧିକାରୀଙ୍କୁ ୮ ବର୍ଷରେ ଥରେ ଗୋଟିଏ ସବସିଡି ଵାଲା କାର କିଣିବା ପାଇଁ ଅନୁମତି ଦିଆଯାଇଛି ।

ମହିଳାଙ୍କ ସୁରକ୍ଷା ପାଇଁ ସରକାର ସବୁବେଳେ କିଛି ନ କିଛି ପଦକ୍ଷେପ ନେଇଥାନ୍ତି । ସରକାର ପବ୍ଲିକ ଟ୍ରାନ୍ସପୋର୍ଟ ବାହନରେ ପେନିକ ବଟନ ଲଗାଇବା ନିୟମ ଲାଗୁ କରିଛନ୍ତି ।

ହେଲମେଟ ବ୍ୟବହାରକୁ ଗୁରୁତ୍ୱ ଦେଇ ନୋଏଡା ଏବଂ ଗ୍ରେଟର ନୋଏଡାର ସମସ୍ତ ପେଟ୍ରୋଲ ପମ୍ପରେ ‘ନୋ ହେଲମେଟ ନୋ ପେଟ୍ରୋଲ’ ନିୟମ ଲାଗୁ କରାଯିବ । ଦୁର୍ଘଟଣା ରୋକିବା ପାଇଁ ମଧ୍ୟ ଏହା ଏକ ପଦକ୍ଷେପ ବୋଲି ସରକାର କହିଛନ୍ତି । ହେଲମେଟ ନ ପିନ୍ଧିଲେ ଚାଲାଣ ଦେବାକୁ ପଡିବ ।

ଆପଣଙ୍କ ଋଣର ସୁଧ ହାର ଆହୁରି ହ୍ରାସ ପାଇପାରେ । ଜୁନ ୬ ତାରିଖରେ ଏନେଇ ରିଜର୍ଭ ବ୍ୟାଙ୍କ ଘୋଷଣା କରିବ ।

   Related Posts