ଯାଜପୁରକୁ ଡର ବଢିଲା , ୬ନୂଆ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ୫ଏହି ଜିଲ୍ଲାରୁ, ସୁନ୍ଦରଗଡରୁ ଜଣେ

Published By : Prameya-News7 Bureau | April 20, 2020 IST

ଭୁବନେଶ୍ୱର ୨୦।୦୪: ରାଜ୍ୟରେ ଆଜି ଆଉ ୬ଜଣ କରୋନା ପଜିଟିଭ ଚିହ୍ନଟ୍ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ଓ ସ୍ଵାସ୍ଥ୍ୟ ପରିବାର କଲ୍ୟାଣ ବିଭାଗର ଓ୍ଵେବସାଇଟ୍‌ରେ ଏହାର ସୂଚନା ଦିଆଯାଇଛି। ତେବେ ଚିହ୍ନଟ ହୋଇଥିବା ୬ଜଣ କରୋନା ସଂକ୍ରମିତଙ୍କ ମଧ୍ୟରୁ ୫ଜଣ ଯାଜପୁରର ଓ ଜଣେ ସୁନ୍ଦରଗଡ ଜିଲ୍ଲାର ବିଶ୍ରା ଅଞ୍ଚଳର ବୋଲି ଜଣାପଡିଛି । ଏହି ୬ ଜଣଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ ଟ୍ରେସିଂ ଜାରି ରହିଛି।

wp:core-embed/twitter {"url":"https://twitter.com/IPR_Odisha/status/1252178651799605248","type":"rich","providerNameSlug":"twitter","className":""}
https://twitter.com/IPR_Odisha/status/1252178651799605248
/wp:core-embed/twitter

ତେବେ ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗ ଅନୁସାରେ ଆଜି ଅପରାହ୍ନରେ ଚିହ୍ନଟ ହୋଇଥିବା ୬ ଜଣ କରୋନା ପଜିଟିଭ୍‌ଙ୍କ ମଧ୍ୟରୁ ସୁନ୍ଦରଗଡ ବିଶ୍ରା ଅଞ୍ଚଳର ଜଣେ ଓ ଅନ୍ୟ ପାଞ୍ଚଜଣ ଯାଜପୁରର ବୋଲି ଜଣାପଡିଛି । ତେବେ ସୁନ୍ଦରଗଡ ବିଶ୍ରା ଅଞ୍ଚଳରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣଙ୍କ ପୂର୍ବରୁ ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.