Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଚୋରା ଚାଲାଣ ବେଳେ ମୋବାଇଲ ଫୋନ ଜବତ, ବଜାର ମୂଲ୍ୟ ୨୧ ଲକ୍ଷ ଟଙ୍କାରୁ ବି ଅଧିକ

30/08/2020 at 5:24 PM

ଉତ୍ତର ୨୪ ପ୍ରଗଣା ୩୦।୮: ବାଂଲାଦେଶକୁ ଚୋରା ଚାଲାଣ ବେଳେ ବିଏସଏଫ ୬ଟି ମୋବାଇଲ ଫୋନ ଜବତ କରିଛି। ଜବତ ମୋବାଇଲ ଫୋନର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୧ ଲକ୍ଷ ୩୮ ହଜାର ୫୯୪ ଟଙ୍କା। ବାଂଲାଦେଶ ରପ୍ତାନୀ ସାମଗ୍ରୀ ନେଇ ଯାଉଥିବା ଟ୍ରକ ଚାଳକଙ୍କ ଦ୍ୱାରା ପଶ୍ଚିମବଙ୍ଗରୁ ଏପରି ମୋବାଇଲ ଫୋନ ପଠାଯାଉଥିବା ବେଳେ ତାହା ଟ୍ରକ୍ ପାର୍କିଂ ଏରିୟାରୁ ସଂଗ୍ରୁହୀତ ହୋଇଥାଏ ବୋଲି ପ୍ରଥମ ଥର ଜଣାପଡିଛି।

ସୀମା ସୁରକ୍ଷା ବଳ ସୂଚନା ଅନୁସାରେ ଆଇସିପି ପେଟ୍ରୋପୋଲ ୧୭୯ତମ ବଟାଲିୟନର ଜବାନମାନେ ଶନିବାର ଯାଞ୍ଚ କରିବା ସମୟରେ ଏକ ଭାରତୀୟ ଟ୍ରକରୁ ବିନା କାଗଜପତ୍ରରେ ମୋବାଇଲ ୬ଟି ମୋବାଇଲ ଫୋନ ଜବତ ହୋଇଛି। ଟ୍ରକ ଡ୍ରାଇଭର ଫୋନ ଗୁଡିକୁ କେବିନ୍‌ରେ ଲୁଚାଇ ରଖିଥିଲେ। ପଚରା ଉଚୁରା ବେଳେ ପଶ୍ଚିମବଙ୍ଗ ଚକଦା ପେଟ୍ରୋଲ ପମ୍ପରେ କେହି ଜଣେ ବ୍ୟକ୍ତି ଏହି ଫୋନ ପ୍ୟାକେଟ୍‌ଟି ତାଙ୍କୁ ଦେଇଥିବା ଟ୍ରକ ଡ୍ରାଇଭର କହିଥିଲେ। ଏହି ଫୋନଗୁଡିକୁ ସୀମା ସେପାରୀ ଟ୍ରକ ପାର୍କିଂରୁ ଗଣି ନାମକ ବ୍ୟକ୍ତି ନେଇ ଯିବେ ବୋଲି ସମ୍ପୃକ୍ତ ବ୍ୟକ୍ତି କହିଥିଲେ।

ଫୋନ ଗୁଡିକୁ ନେଇ ସମ୍ପୃକ୍ତ ବ୍ୟକ୍ତି ଡ୍ରାଇଭରଙ୍କୁ ୫୦୦ ଟଙ୍କା ଦେଇ ଥାନ୍ତା। ତେବେ ଫୋନଗୁଡିକର ମୂଲ୍ୟ ୨୧ ଲକ୍ଷ ଟଙ୍କାରୁ ବି ଅଧିକ ହୋଇଥିବା ବେଳେ ଚୋରାରେ ଦେଶ ବାହାରକୁ ଚାଲାଣ ହେଉଥିଲା। ମାମଲାରେ ବିଏସଏଫ ଟ୍ରକକୁ ଜବତ କରିଥିବା ବେଳେ ଡ୍ରାଇଭରକୁ ଗିରଫ କରିଛି।

   Related Posts