ଲକଡାଉନ୍ ପରେ ପ୍ରଥମ ଥର ରେଷ୍ଟୁରାଣ୍ଟ୍ ଯାଉଛନ୍ତି କି ? ତେବେ ଏହି ୬ଟି ଜିନିଷଠୁ ଦୂରେଇ ରୁହନ୍ତୁ

Published By : Prameya-News7 Bureau | June 09, 2020 IST

ଲକଡାଉନ୍ ଖୋଲିବାର ପ୍ରଥମ ଫେଜରେ ମନ୍ଦିର,ମଲ୍ ସହ ସବୁ ରେଷ୍ଟୁରାଣ୍ଟ ଖୋଲା ଯାଉଛି। କେନ୍ଦ୍ର ସରକାର ଜୁନ୍ ୮ରୁ ଦେଶବ୍ୟାପି ଏହି ସମସ୍ତ କଟକଣା ହଟାଇବାକୁ ନିର୍ଦେଶ ଦେଇଥିଲେ। କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଡର ରହିଛି ଯେ ରେଷ୍ଟୁରାଣ୍ଟ ଖୋଲିବା ପରେ କରୋନା ଭାଇରସ୍ ସଂକ୍ରମଣ ଆହୁରି ବଢ଼ିଯିବ। ରେଷ୍ଟୁରାଣ୍ଟରେ ହାତ ଧୋଇବା,ମାସ୍କ ପିନ୍ଧିବା ଏବଂ ତଳେ ନ ଛୁଇଁବା ବ୍ୟତୀତ ଏପରି ଅନେକ ଜିନିଷ ରହିଛି ଯାହା ଜରିଆରେ ଆପଣ ସଂକ୍ରମଣ ବ୍ୟାପିବାର ଆଶଙ୍କାକୁ କମ୍ କରି ପାରିବେ।

{"id":283671,"sizeSlug":"large"}

୧. କୌଣସି ବାହାର କିମ୍ବା ଅଜଣା ବ୍ୟକ୍ତିଙ୍କ ସହ ଖାଦ୍ୟ ଖାଆନ୍ତୁ ନାହିଁ। ଏହା ସହିତ ଯେଉଁମାନେ ୬ଫୁଟ ଦୂରରେ ବସି ନାହାନ୍ତି ଏବଂ ମୁହଁରେ ମାସ୍କ ପିନ୍ଧି ନାହାନ୍ତି ତାଙ୍କ ସହ ଖାଦ୍ୟ ଖାଆନ୍ତୁ ନାହିଁ।

{"id":283670,"sizeSlug":"large"}

୨. କମ୍ ଜ୍ବର କିମ୍ବା ଗଳାରେ ସମସ୍ୟା ଭଳି ଲକ୍ଷଣ ଦେଖାଗଲେ ଲୋକେ ବାହାରକୁ ଯାଇ ଖାଇବାର ମଜା ଉଠାଇଥାଆନ୍ତି। କିନ୍ତୁ ସାମାନ୍ୟ ଦାୟିତ୍ବହୀନତା ଆପଣଙ୍କ ଏବଂ ଅନ୍ୟଙ୍କ ସ୍ବାସ୍ଥ୍ୟ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଏଥିପାଇଁ ସାମାନ୍ୟ ଲକ୍ଷଣ ଦେଖାଗଲେ ବାହାରକୁ ଯାଆନ୍ତୁ ନାହିଁ।

{"id":283673,"sizeSlug":"large"}

୩. ସାଧାରଣତଃ ଲୋକେ ପାଖ ଟେବୁଲରେ ବସିଥିବା ଲୋକଙ୍କଠୁ ଟିସୁ ପେପର କିମ୍ବା ଲୁଣ ମାଗିଥାଆନ୍ତି। କିନ୍ତୁ କରୋନା ସଙ୍କଟରେ ଏହି ସବୁ ଜିନିଷରୁ ବର୍ତ୍ତିବାକୁ ପଡ଼ିବ। କରୋନା ପାଇଁ ଅଧିକାଂଶ ରେଷ୍ଟୁରାଣ୍ଟ ଭଲ ଭାବେ ସାନିଟାଇଜ କରାଯାଉଛି। କିନ୍ତୁ ବାହାରୁ ଆସିଥିବା ବ୍ୟକ୍ତି ସେଠାରେ ପୁଣି ଥରେ ସଂକ୍ରମଣ ସୃଷ୍ଟି କରିପାରେ।

{"id":283674,"sizeSlug":"large"}

୪. ରେଷ୍ଟୁରାଣ୍ଟ କିମ୍ବା କୌଣସି ପବ୍ଲିକ୍ ପ୍ଲେସରେ ଯିବା ପୂର୍ବରୁ ଅନେକ ଜିନିଷ ପ୍ରଥମେ ସୁନିଶ୍ଚିତ କରନ୍ତୁ। ରେଷ୍ଟୁରାଣ୍ଟ ମୁଖ୍ୟଦ୍ବାରରେ ଶରୀରର ତାପମାତ୍ରା ଦେଖିବାର ମେସିନ୍ ଥିବା ଦରକାର। ଏଣ୍ଟ୍ରି ଗେଟରେ ମାସ୍କ,ହ୍ୟାଣ୍ଡ ଓ୍ବାଶ୍ ଏବଂ ସୋସିଆଲ୍ ଡିସଟ୍ୟାନସିଂ ସହ ଜଡ଼ିତ ଗାଇଡଲାଇନ କଡ଼ାକଡ଼ି ପାଳନ କରାଯିବା ଉଚିତ୍। ଯେଉଁ ଅଞ୍ଚଳରେ ରେଷ୍ଟୁରାଣ୍ଟ ରହିଛି ତାହା ବିଷୟରେ ଖବର ନିଅନ୍ତୁ।

{"id":283675,"sizeSlug":"large"}

୫. ଏବେ ସେ ଦିନ ଗଲା ଯେତେବେଳେ ରେଷ୍ଟୁରାଣ୍ଟରେ ଆପଣ ନିଜ ମନଇଚ୍ଛା ସ୍ଥାନରେ ବସୁଥିଲେ। କରୋନା ସଙ୍କଟରେ ରେଷ୍ଟୁରାଣ୍ଟ ଧୀରେ ଧୀରେ ଲୋକଙ୍କ ପାଇଁ ସ୍ପେସ୍ କରୁଛି। ପ୍ରଥମ ଫେଜରେ ବୋଧହୁଏ ରେଷ୍ଟୁରାଣ୍ଟରେ କେବଳ ୨୫ପ୍ରତିଶତ ସିଟିଂ ସ୍ପେସ୍ ଉପଲବ୍ଧ ରହିବ ଏବଂ ପରେ ଏହାକୁ ଧୀରେ ଧୀରେ ବଢ଼ାଯିବ।

{"id":283678,"sizeSlug":"large"}

୬. ଆମେରିକା ଭଳି ଏଠାକାର ରେଷ୍ଟୁରାଣ୍ଟ ମଧ୍ୟ ଗେଷ୍ଟଙ୍କୁ ଅନଲାଇନ୍ ବୁକିଂ ଜରିଆରେ ଡକାଇ ପାରିବେ,ଯାହା ଫଳରେ ସେଠାରେ ଭିଡ଼ ରହିବ ନାହିଁ। ଏହି ସମୟରେ ଆପଣଙ୍କୁ ଓ୍ବେଟିଂ ଲିଷ୍ଟରେ ରହି ଅପେକ୍ଷା କରିବାକୁ ପଡ଼ିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.