Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୬ ଜଣ ଗୁରୁତର : ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ

19/07/2020 at 6:47 PM

ଉଦଳା/ନୀଳଗିରି ୧୯/୦୭ : ବିଷାକ୍ତ ଜଙ୍ଗଲୀ ଛତୁ ଖାଇ ଗୋଟିଏ ପରିବାରର ୬ ଜଣ ଗୁରୁତର । ଏଭଳି ଘଟଣା ଘଟିଛି ରାଜବରହମପୁର ଥାନା ଶୀର୍ଷ।ସାହି ଗ୍ରାମରେ । ଆଜି ସକାଳ ସମୟରେ ଶୀର୍ଷ। ସାହି ଗ୍ରାମର ଜାନୁ ହେମ୍ବ୍ରମ୍ ଗ୍ରାମ ନିକଟସ୍ଥ ଜଙ୍ଗଲରୁ କିଛି ଛତୁ ସଂଗ୍ରହ କରି ତାହାକୁ ନିଜ ଘରକୁ ଆଣିଥିଲେ । ମଧ୍ୟାହ୍ନ ସମୟରେ ଉକ୍ତ ଛତୁକୁ ରୋଷେଇ କରି ପରିବାର ସଦସ୍ୟ ସମେତ ଖାଇଥିଲେ । ଏହା ସହିତ ଜାନୁଙ୍କ ଘରକୁ ଆସିଥିବା ତାଙ୍କର ସଂପର୍କୀୟଙ୍କ ପୁଅ ମଧ୍ୟ ଏହି ଛତୁ ତରକାରୀ ଖାଇଥିଲେ । ଛତୁ ତରକାରୀ ଖାଇବା ପରେ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହିତ ବାନ୍ତି ହୋଇଥିଲା । ପରିବାର ସଦସ୍ୟ ଏବଂ ସଂପର୍କୀୟଙ୍କ ସମେତ ସମୁଦାୟ ୬ ଜଣ ଏହି ଛତୁ ତରକାରୀ ଖାଇ ଗୁରୁତର ହୋଇଛନ୍ତି । ଗୁରୁତରଙ୍କ ମଧ୍ୟରେ ନିଜେ ୪୫ ବର୍ଷୀୟ ଜାନୁ ହେମ୍ବ୍ରମଙ୍କ ସହିତ ୧୩ ଏବଂ ୧୬ ବର୍ଷର ଦୁଇ ଝିଅ ଏବଂ ତିନି ଶିଶୁ ଅଛନ୍ତି । ତବେ ଜାନୁ ଏବଂ ୧୬ ବର୍ଷୀୟା ଝିଅ ହୀରାମଣୀ ହେମ୍ବ୍ରମଙ୍କ ଅବସ୍ଥା ଗୁରୁତର ଥିବାବଳେ ଅନ୍ୟମାନଙ୍କ ଅବସ୍ଥା ଚିକିତ୍ସା ପରେ ସ୍ଥିର ଥିବା ଜଣାଯାଇଛି ।

ଗୁରୁତର ମାନେହେଲେ ଜାନୁ ହେମ୍ବ୍ରମ (୪୫)ଗୋଲାପୀ ହେମ୍ବ୍ରମ(୧୩), ଯମୁନା ହେମ୍ବ୍ରମ(୨), ରାମ ହେମ୍ବ୍ରମ (୧୦),ମୋହନ ହେମ୍ବ୍ରମ(୭), ହୀରାମଣି ହେମ୍ବ୍ରମ(୧୬) । ଜାନୁ ଏବଂ ହୀରାମଣି ଅବସ୍ଥା ଗୁରୁତର ଥିବାବେଳେ ଅନ୍ୟ ମାନଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନାମିଳିଛି ।

   Related Posts