କରୋନା ଭାଇରସ୍‌ର ମୁକାବିଲା ପାଇଁ ତିଆରି ହେଲା ୬ ଜଣିଆ କମିଟି...

Published By : Prameya-News7 Bureau | January 31, 2020 IST

ଭୁବନେଶ୍ବର୩୧/୧: ଚୀନ୍‌ରୁ ଓଡ଼ିଶା ମୁହାଁଇଲାଣି କରୋନା ଭାଇରସ୍। ଚୀନ୍‌ରେ ରହି ଡାକ୍ତରୀ ପାଠ ପଢ଼ୁଥିବା ଜଣେ ଯୁବକଙ୍କୁ କରୋନା ଭାଇରସ୍‌ ହୋଇଥାଇ ପାରେ ବୋଲି ଅନୁମାନ କରାଯାଉଛି। ସେଥିପାଇଁ ସ୍ବାସ୍ଥ୍ୟ ବିଭାଗର ସ୍ବତନ୍ତ୍ର ସଚିବ ହରପ୍ରସାଦ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ୬ ଜଣିଆ କମିଟି ଗଠନ ହୋଇଛି। ଓଡ଼ିଶାରେ କରୋନା ଭାଇରସ୍‌ର ମୁକାବିଲା ପାଇଁ ୬ ଜଣିଆ କମିଟିରେ ଡିଏମ୍‌ଇଟି ଡକ୍ଟର ସିବିକେ ମହାନ୍ତି ଉପଧ୍ୟାକ୍ଷ ରହିଛନ୍ତି। ଏହା ବ୍ୟତୀତ ଡିଏଚ୍‌ଓ, ଡିଏସ୍‌ଓ, ଡିଏସ୍‌ଏସ୍‌ ଓ ଡିଆଇଏସ୍‌ଏଏଫ୍‌ଏଚ୍‌ଏନ୍‌ ୬ ଜଣିଆ କମିଟିରେ ରହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.