କାର ଦୁର୍ଘଟଣାରେ ଗୋଟିଏ ପରିବାରର ୬ଜଣଙ୍କର ମୃତ୍ୟୁ

Published By : Prameya-News7 Bureau | June 17, 2019 IST

ଡେରାଡୁନ ୧୭/୬ : ଡେରାଡୁନ ଜିଲ୍ଲା ତ୍ୟୁନି ଅଂଚଳରେ ଘଟିଛି ଏକ ଦୁଖଦ ଘଟଣା । ଏକ ଅଲ୍ଟୋ କାର ନିୟନ୍ତ୍ରଣ ହରାଇ ରାସ୍ତାରୁ ଗଭୀର ଖାତରେ ପଡିଯିବାରୁ ଗୋଟିଏ ପରିବାରର ୬ଜଣଙ୍କର ମୃତ୍ୟୁ ହୋଇଛି । କାରରେ ସିଆଇଏସଏଫ ପୋଲିସ ଏବଂ ତାଙ୍କ ପରିବାର ଥିଲେ । ଏସଏସପି ନିବେଦିତା କୁକରତେ କହିଛନ୍ତି ଯେ, ସମସ୍ତ ୬ ଜଣଙ୍କର ଶବ ଖାତରୁ ବାହାର କରାଯାଇଛି ।

{"id":124017}

ଏକାଥରେ ଗୋଟିଏ ପରିବାର ୬ଜଣଙ୍କର ମୃତ୍ୟୁ ଖବର ଶୁଣି ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ସେଠାରେ ଉପସ୍ଥିତ ଲୋକେ ୬ ଜଣଙ୍କର ଶବ ଦେଖି କାନ୍ଦି ପକାଇଥିଲେ । ଦୁର୍ଘଟଣାରେ ପୁରା ପରିବାର ଶେଷ ହୋଇଗଲା ।

{"id":124015}

କାର ଖାତରେ ପଡିଥିବା ଦେଖି ସ୍ଥାନୀୟଲୋକେ ତ୍ୟୁନି ପୋଲିସକୁ ଖବର ଦେଇଥିଲେ । ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ପୋଲିସ ପହଂଚି ସମସ୍ତଙ୍କ ଶବକୁ ଖାଇରୁ ବାହାର କରିଥିଲା । ଦୁର୍ଘଟଣାରେ ସିଆଇଏସଏଫ ପୋଲିସ ପବନ ନେଗୀ, ତାଙ୍କ ପତ୍ନୀ ରଶ୍ମି, ଝିଅ ଇଷିକ ଓ ପୁଅ ଆରବ ଏବଂ ଆଉ ୨ ଜଣେ ମହିଳା ସମ୍ପର୍କୀୟ ମୂର୍ତ୍ତି ଦେବୀ ଓ ସୁମନ ଦେବୀଙ୍କ ମୃତ୍ୟୁ ହୋଇଛି । 

{"id":124016}

ସୂଚନାଯୋଗ୍ୟ ଯେ, କାର ବାନପୁରରୁ ତ୍ୟୁନି ଯାଉଥିଲା । ହଠାତ ନିୟନ୍ତ୍ରଣ ହରାଇ କାରଟି ରାସ୍ତାରୁ ଗଭୀର ଖାତକୁ ପଡିଯାଇଥିଲା । ଶବ ଉଦ୍ଧାର କରି ପୋଲିସ ବ୍ୟବଚ୍ଛେଦ ପାଇଁ ପଠାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.