Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

୬ ଲୁଟେରା ଗିରଫ, ଧାନ ବିଲରେ ଲୁଚାଇ ରଖିଥିଲେ ଲୁଟ୍ ସାମଗ୍ରୀ

2/12/2021 at 3:10 PM

ଭଦ୍ରକ, ୦୨/୧୨:  ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ପୋଲିସକୁ ସଫଳତା ।  ୬ ଜଣିଆ ଲୁଟେରା ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଭଣ୍ଡାରିପୋଖରୀ ପୋଲିସ । ଧାନ ବିଲରେ  ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଚୋରି ସାମଗ୍ରୀକୁ ମଧ୍ୟ ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଗତ ୧୩ ତାରିଖରେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମାଳଦା ବଜାରରେ ଥିବା ଲୁଗା ଦୋକାନ, ମୋବାଇଲ ଦୋକାନ ସହ ଅନ୍ୟ ଦୋକାନରୁ ଲୁଟ୍ ହୋଇଥିଲା । ଲୁଟେରାମାନେ ସ୍କାଏ ଲାଇଟ ତାଡି ବହୁ ମୂଲ୍ୟବାନ ସାମଗ୍ରୀ ଚୋରି କରିନେଇଥିଲେ । ଏନେଇ ଭଣ୍ଡାରିପୋଖରୀ ଥାନାରେ ଅଭିଯୋଗ ହୋଇଥିଲା ।

ଭଣ୍ଡାରୀପୋଖରୀ ପୋଲିସର ଏକ ଟିମ୍ ତନାଘନା କରିଥିଲା । ଭଦ୍ରକ ସହରର ଜଗନ୍ନାଥପୁର, ଗଵସାହି, ମୋଟେଲ ଛକ  ଠାରେ ଚଢ଼ଉ କରିଥିଲା ପୋଲିସ । ଏହାସହ ଲୁଟେରା ମାନଙ୍କୁ ଠାବ କରିବା ସହ ଲୁଟ୍ ସାମଗ୍ରୀ ଜବତ କରିଥିଲା । ସେମାନେ ଧାନ ଜମିରେ ଲୁଟ୍ ସାମଗ୍ରୀ ଗୁଡିକ ଲୁଚାଇକରି ରଖିଥିବା ପରେ ଜଣାପଡିଥିଲା ।

 ପୋଲିସ ସେମାନଙ୍କଠୁ ଯେଉଁ ସବୁ ସାମ୍ଗୀର ଜବତ କରିଛି ସେଥିରେ, ଦୁଇଟି ଲାପଟପ, ଗୋଟିଏ କମ୍ପ୍ୟୁଟର ସିଷ୍ଟମ , ୨୨ଟି ମୋବାଇଲ୍ ଫୋନ,  ନଗଦ ସାତ ହଜାର ଟଙ୍କା ରହିଛି  । ପୋଲିସ ସେମାନଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ।

   Related Posts