୬ ଆନ୍ତଃଜିଲ୍ଲା ଲୁଟେରା ଗିରଫ, ଲକ୍ଷାଧିକ ଟଙ୍କାର ଜିନିଷପତ୍ର ଜବତ

Published By : Prameya-News7 Bureau | January 08, 2021 IST

ପୁରୀ୮/୧: ସତ୍ୟବାଦୀ ପୋଲିସ ଦ୍ବାରା ଆନ୍ତଃଜିଲ୍ଲା ଗ୍ୟାଙ୍ଗ୍‌ର ୬ ଲୁଟେରା ଗିରଫ। ଏମାନେ ହେଲେ ଗଡ଼ିଶାଗଦା ଥାନା ଅନ୍ତର୍ଗତ ମାରକୁଳ ପାଟଣା ଗ୍ରାମର ବିପିନ ସେଠୀ, ସତ୍ୟବାଦୀ ଥାନା ବଡ଼ ହାଟ ଗ୍ରାମର ପ୍ରକାଶ ବରାଳ, ପଞ୍ଚୁକେରା ଗ୍ରାମର ସନ୍ଦୀପ  ପ୍ରଧାନ, ନାହଳା ଗ୍ରାମର ସିଦ୍ଧାନ୍ତ ମଲ୍ଲିକ, ଡିହସାହି ଗ୍ରାମର ଜୟନ୍ତ କୁମାର ସ୍ୱାଇଁ ଓ ଚନ୍ଦନପୁରର ଜିଜ୍ଞାନସ ଶେଖର ସାବତ।

ଏମାନଙ୍କ ଠାରୁ ୧ଟି ସୁନା ମୁଦି, ଚାରିଗୋଟି ଚୋରା ମୋବାଇଲ ଫୋନ, ପଲସର 180  ମଟର ସାଇକେଲ, ଆପାଚି ମଟର ସାଇକେଲ ଜବତ କରିଛି ପୋଲିସ। ହସଂପାଳ ଠାରୁ ପୁରୀ ପର୍ଯ୍ୟନ୍ତ ଯାଇଥିବା ଜାତୀୟ ରାଜପଥ ୩୧୬  ଉପରେ ଏକାଧିକ ଲୁଟ ତରାଜ ମାମଲାରେ ସଂପୃକ୍ତ ଅଛନ୍ତି ଏହି ଗ୍ୟାଙ୍ଗ। ଦୁଇ ଚକିଆ ଯାନରେ ଯାଉଥିବା ଲୋକମାନଙ୍କ ମୋବାଇଲ ଏବଂ ଭ୍ୟାନ୍‌ଟି ବ୍ୟାଗ ଛଡାଇ ନେଉଥିଲେ। ଏ ସଂପର୍କରେ ଏସ୍‌ପି କେ ବିଶାଳ ସିଂହ ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.