ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଖାତାରୁ କ୍ଲୋନ୍ ଚେକ୍ ଜରିଆରେ ବାହାର କରାଯାଇଛି ୬ ଲକ୍ଷ ଟଙ୍କା

Published By : Prameya-News7 Bureau | September 10, 2020 IST

ଅଯୋଧ୍ୟା ୧୦/୦୯ : ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଖାତାରୁ ଜାଲିଆତି କରି ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ମାମଲା ସାମ୍ନାକୁ ଆସିଛି | ରାଜଧାନୀ ଲଖନଉର ଦୁଇଟି ବ୍ୟାଙ୍କରୁ ଚେକ୍ କ୍ଲୋନିଙ୍ଗ୍ ଜରିଆରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଖାତାରେ ଜାଲିଆତି ହୋଇଛି | ତୃତୀୟଥର ଖାତାରୁ ଟଙ୍କା ଉଠାଇବାକୁ ଚେଷ୍ଟା କରିବା ସମୟରେ ଟ୍ରଷ୍ଟର ମହାସଚିବ ଚମ୍ପତ ରାୟଙ୍କ ପାଖକୁ ଫୋନ ଦ୍ୱାରା ସୂଚନା ଦିଆଯାଇଥିଲା | ଟ୍ରଷ୍ଟ ଖାତାରୁ ଟଙ୍କା ଉଠାଇବା ମାମଲାକୁ ନେଇ ହଇଚଇ ସୃଷ୍ଟି ହୋଇଛି | ଅଯୋଧ୍ୟା ଥାନାରେ ଜାଲିଆତି ବିରୋଧ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ ହୋଇଛି |

ପ୍ରାପ୍ତ ସୂଚନା ଅନୁଯାୟୀ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଖାତାରୁ ପାଖାପାଖି ୬ ଲକ୍ଷ ଟଙ୍କା ବାହାର କରାଯାଇଛି | ସୂଚନାଯୋଗ୍ୟ ଯେ ସେପ୍ଟେମ୍ବର ୧ ତାରିଖରେ ଲଖନଉର ଏକ ବ୍ୟାଙ୍କରୁ ଅଢେଇ ଲକ୍ଷ ଟଙ୍କା ବାହାର କରାଯାଇଥିଲା | ଦୁଇଦିନ ପରେ ପୁଣି ସାଢେ ୩ ଲକ୍ଷ ଟଙ୍କା ଉଠାଯାଇଥିଲା | ତୃତୀୟଥର ୯ ଲକ୍ଷ ୮୬ ହଜାର ଟଙ୍କାର ଚେକ ଲଖନଉ ବ୍ୟାଙ୍କ ଅଫ ବରୋଦା ବ୍ୟାଙ୍କରେ ଲଗାଯାଇଥିଲା | ଭେରିଫିକେସନ ପାଇଁ ପାଇଁ ଟ୍ରଷ୍ଟକୁ ଫୋନ କରାଯାଇଥିଲା | ଟ୍ରଷ୍ଟ ଟଙ୍କା ଉଠା ମାମଲାକୁ ନେଇ ଅସ୍ବୀକାର କରିଥିଲା |

ଟ୍ରଷ୍ଟ ମହାସଚିବ ଚମ୍ପତ ରାୟ ଯେତେବେଳେ ଖାତା ଚେକ କରିଥିଲେ ଆକାଉଣ୍ଟରୁ ୬ ଲକ୍ଷ ଟଙ୍କା ବାହାର କରାଯାଇଥିବା ଜାଣିବାକୁ ପାଇଲେ | ଏହାପରେ ରାମ ଜନ୍ମ ଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ପଦାଧିକାରୀ ଏ ମାମଲାରେ ଅଯୋଧ୍ୟା ପୋଲିସକୁ ସୂଚନା ଦେଇ ମାମଲା ରୁଜ୍ଜୁ କରିଛନ୍ତି | ଟ୍ରଷ୍ଟ ତରଫରୁ ମିଳିଥିବା ସୂଚନା ଆଧାରରେ ମାମଲା ରୁଜ୍ଜୁ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.