PF ଉପରେ କର୍ମଚାରୀଙ୍କୁ ମିଳୁଛି ୬ ଲକ୍ଷ ଟଙ୍କାର ଜୀବନ ବୀମା… ଜାଣନ୍ତୁ କେମିତି ହାସଲ କରିବେ ସୁବିଧା

Published By : Prameya-News7 Bureau | October 28, 2019 IST

ନୂଆଦିଲ୍ଲୀ୨୮/୧୦: ପ୍ରୋଭିଡେଣ୍ଟ୍ ଫଣ୍ଡ(PF)ରେ ଅନ୍ତର୍ଭୁକ୍ତ କର୍ମଚାରୀଙ୍କ ପାଇଁ ଖୁସି ଖବର। ଯେଉଁ କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡରେ ଟଙ୍କା ଜମା ହେଉଥିବ ସେମାନଙ୍କୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ରାଶି ମିଳିବ। ଏଥିପାଇଁ ପୃଥକ ପୃଥକ ଭାବେ ପ୍ରିମିୟମ ଭରିବାକୁ ପଡ଼ିବ ନାହିଁ।

ଇପିଏଫଓ(Employees' Provident Fund Organisation) ସ୍କିମ୍‌ ଓ ଇଡିଏଲଆଇ(Employees’ Deposit Linked Insurance Scheme) ରେ ଜଡିତ ପିଏଫ ଖାତାଧାରୀ ଏହି ସୁବିଧାର ଫାଇଦା ଉଠାଇ ପରିବେ। EDLIର ଅନ୍ତର୍ଗତ କର୍ମଚାରୀଙ୍କୁ ୨.୫ ଲକ୍ଷରୁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ରାଶି ମିଳିବ। କୌଣସି କର୍ମଚାରୀଙ୍କ ଆକସ୍ମିକ ଭାବେ ମୃତ୍ୟୁ ହେଲେ ସେମାନଙ୍କ ପରିବାର ଲୋକଙ୍କୁ ଏହି ଜୀବନ ବୀମା ରାଶିର ମିଳିବ।

ଏହି ସ୍କିମରେ କର୍ମଚାରୀଙ୍କ କୌଣସି ଯୋଗଦାନ ନାହିଁ। କର୍ମଚାରୀଙ୍କ ବଦଳରେ କମ୍ପାନୀ ପ୍ରିମିୟମ ଜମା କରିବ। କର୍ମଚାରୀଙ୍କ ବେସିକ ସାଲାରୀ ଓ ମହଙ୍ଗା ଭର୍ତ୍ତାର ୦.୫ ପ୍ରତିଶତ ପ୍ରିମିୟମ ଆକାରରେ କଟିବ। ଏଥିରେ ଅତିକମ୍‌ରେ ବେସିକ୍ ସାଲାରୀ ୧୫ ହଜାର ଟଙ୍କା ଆକାଉଣ୍ଟକୁ ଆସୁ‌ଥିବା ଆବଶ୍ୟକ। ଅଧିକ ଜାଣିବା ପାଇଁ ଚାହୁଁଥିଲେ ପିଏଫ କାର୍ଯ୍ୟାଳୟରେ ଯୋଗଯୋଗ କରନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.