ମୃତ ଛାତ୍ରଙ୍କ ପରିବାର ଲୋକଙ୍କୁ ମିଳିବ ୬ ଲକ୍ଷ ଟଙ୍କା କ୍ଷତିପୂରଣ - ନିଲମ୍ବିତ ହେଲେ ପ୍ରଧାନଶିକ୍ଷକ

Published By : Prameya-News7 Bureau | October 17, 2019 IST

ଖୋର୍ଦ୍ଧା - ଖୋର୍ଦ୍ଧା ଜିଲ୍ଲା ନିରାକାରପୁର କ୍ଷେତ୍ରବାସୀ ଏକାଡେମୀ ସ୍କୁଲରେ ଗଛ ପଡି ରିତେଶ ନାମକ ଛାତ୍ରଙ୍କ ମୃତ୍ୟୁ ଘଟଣାରେ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ଉଦୟ ନାଥ ତ୍ରିପାଠୀଙ୍କ ନିଲମ୍ବିତ କରାଯାଇଛି । ଗ୍ରାମବାସୀମାନେ ବିଦ୍ୟାଳୟ ପରିସରରେ ଶବ ରଖି ଆନ୍ଦୋଳନ କରିଥିଲେ । ଏହାପରେ ତହସିଲ ଦାର ଘଟଣାସ୍ଥଳରେ ପହଞ୍ଚି ୬ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ପାଇଁ ଘୋଷଣା କରିଥିଲେ ।

ସୂଚନା ଯୋଗ୍ୟ ଆଜି ମଧ୍ୟାହ୍ନ ଭୋଜନ ଛୁଟି ବା ଖାଇବା ଛୁଟିରେ ସ୍କୁଲର ଦ୍ବିତୀୟ ଶ୍ରେଣୀ ଛାତ୍ର ରିତେଶ ପ୍ରଧାନ ସାଙ୍ଗମାନଙ୍କ ସହ ଏକ ଗଛ ମୂଳରେ ଖେଳୁଥିଲେ । ଏତିକି ବେଳେ ଗଛର ଏକ ଡାଳ ଭାଙ୍ଗି ତାଙ୍କ ଉପରେ ପଡିଥିଲା ।

ଫଳରେ ରିତେଶ ଗୁରୁତର ଭାବେ ଆହତ ହୋଇ ସଜ୍ଞାହୀନ ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲ ନିଆଯାଇଥିଲା ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.