ବର୍ଷା ବିତ୍ପାତ ! ଲଗାଣ ବର୍ଷାରେ ଉତ୍ତର ପ୍ରଦେଶ ବେହାଲ

Published By : Prameya-News7 Bureau | July 31, 2018 IST

ଉତ୍ତର ପ୍ରଦେଶରେ ବର୍ଷା ବିତ୍ପାତ | ଲଗାଣ ବର୍ଷା ଯୋଗୁଁ ବରେଲୀରେ ଭୂସ୍ଖଳନ ହୋଇଛି | ଭୂସ୍ଖଳନ ହେବାରୁ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି | ବରେଲୀର ପିଲିଭଇ ବାଇପାସ ରୋଡ଼ ନିକଟରେ ଟେଲିଫୋନ ଲାଇନ ମରାମତି କାମ ଚାଲିଥିବା ବେଳେ ଦୁର୍ଘଟଣା ଘଟିଛି | ଭୂସ୍ଖଳନ ହେବାରୁ ମାଟି ଧସି ଯାଇଥିଲା | ଏଥିରେ ୮ଜଣ ଦବି ଯାଇଥିଲେ | ଘଟଣାସ୍ଥଳରେ ୬ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ରାଜ୍ୟର ବିଭିନ୍ନ ଅଂଚଳରେ ଲଗାଣ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଛି | ରାଜଧାନୀ ଲଖନଉରେ ପ୍ରବଳ ବର୍ଷା ଲାଗିରହିଛି | ସମସ୍ତ ସ୍କୁଲଗୁଡିକୁ ଛୁଟି ଘୋଷଣା କରାଯାଇଛି | ଗଙ୍ଗା ନଦୀର ଜଳସ୍ଥର ବୃଦ୍ଧି ପାଇବାରେ ଲାଗିଛି | ଆହୁରି ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି | ଏଥିପାଇଁ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.