ବୈତରଣୀ ବନ୍ୟା ଜଳରେ ଫସିଥିବା ୬ ଇଟାଭାଟି ଶ୍ରମିକ ଉଦ୍ଧାର

Published By : Prameya-News7 Bureau | May 28, 2021 IST

ଭଦ୍ରକ ୨୮।୫: ବାତ୍ୟା ‘ୟାସ୍’ ଗଲା ପରେ ବିଭିନ୍ନ ନଦୀରେ ବନ୍ୟାଜଳ ଆସିଛି । ନଦୀର ଜଳସ୍ତର ବଢିବାରେ ଲାଗିଛି । ଫଳରେ ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଛି । ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀରେ ବନ୍ୟାଜଳ ଆସିବା ଯୋଗୁଁ ତଳିଆ ଅଞ୍ଚଳ ଜଳମଗ୍ନ ହୋଇଛି ।

ଭଦ୍ରକ ଜିଲ୍ଲା ବୈତରଣୀ ନଦୀ ବନ୍ୟାଜଳରେ ଫସିଥିବା ଇଟାଭାଟି ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଭଣ୍ଡାରିପୋଖରୀ ବ୍ଲକ୍ ନେରଡା ଅଞ୍ଚଳରେ ଇଟା ଭାଟିରୁ ଶ୍ରମିକଙ୍କୁ ଉଦ୍ଧାର କରିଛି ଭଣ୍ଡାରିପୋଖରୀ ପୋଲିସ । ବୈତରଣୀ ନଦୀ କୂଳରେ ଥିବା ଇଟାଭାଟିରେ କାମ କରୁଥିଲେ ୬ ଶ୍ରମିକ । ବୈତରଣୀ ନଦୀରେ ବନ୍ୟା ଜଳ ଆସିବାରୁ ଫସିଯାଇଥିଲେ ଶ୍ରମିକ । ଭଣ୍ଡାରିପୋଖରୀ ପୋଲିସର ଉଦ୍ୟମ ଫଳରେ ସେମାନଙ୍କୁ ଉଦ୍ଧାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.