ଘାଟିରେ ଖସିଲା ଯାତ୍ରୀବାହୀ ବସ୍ ; ୬ ମୃତ, ୩୯ ଆହତ

Published By : Prameya-News7 Bureau | June 25, 2019 IST

ଝାଡଖଣ୍ଡ ୨୫|୬: ଝାଡଖଣ୍ଡରେ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ଭାରସାମ୍ୟ ହରାଇ ଘାଟିରେ ଖସିପଡିଛି ବସ୍ । ଦୁର୍ଘଟଣା ଫଳରେ ୬ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବାବେଳେ ୩୯ ଜଣ ଆହତ ହୋଇଛନ୍ତି ।

ସୂଚନାଯୋଗ୍ୟ ଯେ, ଝାଡଖଣ୍ଡ ଗଢ଼ବା-ଅମ୍ବିକାପୁର ରାସ୍ତାରେ ଥିବା  ଅନ୍ନରାଜ ନାବାଡିହି ଘାଟିରେ ବସ୍ ଖସିପଡିଛି । ବିଳମ୍ବିତ ରାତି ପ୍ରାୟ ୨ଟା ୩୦ ମିନିଟ୍ ସମୟରେ ଦୁର୍ଘଟଣା ହୋଇଛି । ଆହତମାନଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ବସରେ ୫୦ ଜଣ ଯାତ୍ରୀ ଥିଲେ । ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଦୁର୍ଘଟଣା ଘଟିଥିବା ଜଣାପଡିଛି । ବସଟି ଅମ୍ବିକାପୁରରୁ ସାସାରାମ ଅଭିମୁଖେ ଯାଉଥିଲା ବୋଲି ଜଣାଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.