ହିମାଚଳ ପ୍ରଦେଶରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା :୨୫୦ଫୁଟ ଗଭୀର ଖାଇରେ ତଳକୁ ଖସିଲା ବସ୍,୧୨ମୃତ ୨୬ଆହତ

Published By : Prameya-News7 Bureau | April 28, 2019 IST

ଧର୍ମଶାଳା ୨୮/୪:ଗତକାଲି ସନ୍ଧ୍ୟା ୭ଟାରେ ପଠାଣକୋଟରୁ ଡେଲହାଉସୀ ଯାଉଥିବା ଏକ ଘରୋଇ ବସ୍ ନୈନିଖେଡ଼ ପାଖରେ ପଞ୍ଜପୁଲାରେ ୨୫୦ଫୁଟ ଗଭୀର ଖାଇକୁ ଖସି ପଡ଼ିଛି। ଏହି ଦୁର୍ଘଟଣାରେ ୧୨ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ୨୬ଜଣ ଆହତ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ କେତେ ଜଣଙ୍କର ଅବସ୍ଥା ଗୁରୁତର ରହିଛି। କୁହାଯାଉଛି ଯେ ଏହି ବସରେ ୪୦ଜଣ ଯାତ୍ରୀ ଥିଲେ। ଦୁର୍ଘଟଣାର ସୂଚନା ମିଳିବା ପରେ ସ୍ଥାନୀୟ ଲୋକେ ପୋଲିସ୍ ଏବଂ ଆର୍ମିଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ।

ପୋଲିସଙ୍କ କହିବାନୁସାରେ, ବସରେ ବସିଥିବା ଯାତ୍ରୀମାନଙ୍କ ମଧ୍ୟରୁ ୭ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଆଉ ୫ଜଣ ହସ୍ପିଟାଲରେ ମୃତ୍ୟୁବରଣ କରିଥିଲେ।

ଏସପିଙ୍କ କହିବାନୁସାରେ ଅନ୍ଧାର ହୋଇଥିବା କାରଣରୁ ଉଦ୍ଧାର କାର୍ଯ୍ୟରେ ବହୁ ସମସ୍ୟା ସୃଷ୍ଟି ହୋଇଥିଲା। ଆହତଙ୍କୁ ନିକଟବର୍ତ୍ତୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପୋଲିସଙ୍କ କହିବାନୁସାରେ ଏହି ବସ୍ ପଠାନକୋଟରୁ ପାଖାପାଖି ୪.୩୦ରେ ଡେଲହାଉସୀ ଯିବା ନିମନ୍ତେ ବାହାରିଥିଲା।

ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ଦୁର୍ଘଟଣାରେ ଶୋକ ପ୍ରକାଶ କରି ସ୍ଥାନୀୟ ପ୍ରଶାସନକୁ ତୁରନ୍ତ ସୁରକ୍ଷା ଅଭିଯାନକୁ ସୁନିଶ୍ଚିତ କରିବା ସହ ଦୁର୍ଘଟଣାରେ ପୀଡ଼ିତ ବ୍ୟକ୍ତିକୁ ଯଥା ସମ୍ଭବ ସହାୟତା ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି।  

{"id":108269,"width":596,"height":447}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.