ଗଙ୍ଗୋତ୍ରୀରୁ ପାଣି ଉଠାଇ ଆସୁଥିଲେ କାଉଡିଆ, ଗାଡି ଉପରକୁ ଧସିପଡିଲା ପାହାଡ, ୪ମୃତ

Published By : Prameya-News7 Bureau | July 28, 2019 IST

ଟିହରୀ:  ଗଙ୍ଗୋତ୍ରୀରୁ ପାଣି ଉଠାଇ ଆସୁଥିବା ଦଳେ କାଉଡିଆଙ୍କ ଗାଡି ଉପରକୁ ରବିବାର ପାହାଡ ଧସିପଡିଛି। ଫଳରେ ଜଳଭାର ଧରି ଗାଡିରେ ବସିଥିବା ୨ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହତ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲ ନିଆଯାଉଥିବା ରାସ୍ତାରେ ଆଉ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। 

{"id":138182}

ସୂଚନା ଅନୁସାରେ ହରିୟାଣାର କାଉଡିଆମାନେ ଏକ ଭଡା ମ୍ୟାକ୍ସରେ ଗଙ୍ଗୋତ୍ରୀ ଆସି ଜଳଭାର ଉଠାଇ ପୁଣି ଗାଡିରେ ଋଷିକେଶ ଯିବା ରାସ୍ତାରେ କୁ଼୍ଜାପୁରି ବଗଡଧାମ ନିକଟରେ ଦୈବୀ ଦୁର୍ଘଟଣାର ଶିକାର ହୋଇଛନ୍ତି। ସ୍ଥାନୀୟ ଲୋକେ ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ସୁମନ ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଋଷିକେଶ ଏମସ୍ କୁ ସ୍ଥାନାନ୍ତର କରାଯାଇଛି। ନରେନ୍ଦ୍ର ନଗର ପୋଲିସ  ଘଟଣାସ୍ଥଳରେ ପହଞ୍ଚି ରାସ୍ତାରୁ ପାହାଡ ଖଣ୍ଡ ହଟାଇବା ଲାଗି ଉଦ୍ୟମ ଚଳାଇଛି।

{"id":138183,"width":579,"height":481}

ସେପଟେ ଶନିବାର ଦିଲ୍ଲୀକୁ ଲାଗି ହରିୟାଣାର ଗୁରୁଗ୍ରାମରେ କାଉଡିଆମାନଙ୍କ କ୍ୟାଣ୍ଟରର ଆଗଚକ ଫାଟିଯିବାରୁ ଗାଡି ଘାଟିତଳକୁଖସି ପଡିଥିଲା। ଫଳରେ ୨ ଜଣ କାଉଡିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟମାନେ ଗୁରୁତର ଆହତ ହୋଇଛନ୍ତି। ସେହିପରି  ଚମ୍ବା-ସାଂବଲୀ ମୋଟର ମାର୍ଗରେ ରବିବାର ସକାଳ ପ୍ରାୟ ୧୦ଟା ବେଳେ ଏକ ମାରୁତି କାର ୨୦୦ ମିଟର ଖାଇକୁ ଖସିପଡିଛି। ଫଳରେ କାରରେ ଯାଉଥିବା ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ମୃତାହତମାନେ ନିକଟସ୍ଥ ସାଂବଲି ଗାଁର ବୋଲି ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.