କଟକ ୧୩/୧୨: ଦିନକୁ ଦିନ ଅନଲାଇନ ଗେମ୍ ଚିନ୍ତାର କାରଣ ପାଲଟିଛି ।ଅନଲାଇନ ଗେମ୍ ପଞ୍ଝାରେ ଯୁବପିଢି ପଡ଼ିଯାଇଥିବା ବେଳେ ଏହା ଏବେ ଅନର୍ଥର କାରଣ ସାଜିଛି । ଭାରତରେ ପବଜ୍ଜି ଗେମ୍ ବ୍ୟାନ ପରେ ଏବେ ଯୁବ ପୀଢି ଫ୍ରି ଫାୟାର ମାୟାରେ । ତେବେ ଏହି ଅନ୍ ଲାଇନ୍ ଗେମ୍ ପାଇଁ ମହାଭାରତ ଯୁଦ୍ଧ ହୋଇ ଦୁଇ ସାହି ମଧ୍ୟରେ ୬ ଜଣ ଆହତ ହେବା ଏବେ ଚର୍ଚ୍ଚାର କେନ୍ଦ୍ରବନ୍ଦୁ ପାଲଟିଛି। ଏଭଳି ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ନପଙ୍ଗ ପଞ୍ଚାୟତରେ ।
{"id":376756,"sizeSlug":"large","linkDestination":"none"}ଘଟଣା ମୁତାବକ ଖୋର୍ଦ୍ଧା ସାହିର ଦୀପକ ସାମଲଙ୍କୁ କୋରକୋର ସାହିର ଟୁନ ମଲ୍ଲିକ ଫ୍ରି ଫାୟାର ଗେମ୍ କୁ ନେଇ ତାଙ୍କ ସହ ଦୁର୍ବ୍ୟବହାର କରିଥିଲେ । ଏନେଇ ଦୁଇ ଜଣଙ୍କ ଭିତରେ ବଚସା ହୋଇଥିଲା । ଏହି ଘଟଣାକୁ କେନ୍ଦ୍ର କରି ଉଭୟ ପରିବାର ମଧ୍ୟରେ ମାରପିଟ୍ ହୋଇଥିଲା । ଏଥିରେ ୬ ଜଣ ଆହତ ହୋଇଥିବାବେଳେ ଖବର ପାଇ ଟାଙ୍ଗୀ ପୋଲିସ ପହଞ୍ଚି ଉଭୟ ପକ୍ଷଙ୍କୁ ଥାନାକୁ ଆଣି ପଚରାଉଚରା କରିବା ସହ ଆପୋଷ ବୁଝାମଣା କରି ଛାଡ଼ିଦେଇଥିବା ଜଣାପଡିଛି ।