ଟ୍ରକ୍କୁ ଧକ୍କା ଦେଲା ବସ୍, ୬ ଯାତ୍ରୀ ଆହତ
4/10/2019 at 8:24 AM

ସୋର ୪।୧୦: ବାଲେଶ୍ବର ଜିଲ୍ଲା ଖନ୍ତାପଡା ଥାନା ପଣପଣା ନିକଟରେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରେ ୬ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି ।

ସୂଚନାଯୋଗ୍ୟ ଯେ, ବସ୍ଟି ଭୁବନେଶ୍ବରରୁ ବାଲେଶ୍ବର ଯାଉଥିବା ବେଳେ ପଣପଣା ନିକଟରେ ଗୋଟିଏ ଟ୍ରକ୍ ସହ ଦୁର୍ଘଟଣା ହୋଇଥିଲା। ଟ୍ରକ୍ର ଇଂଜିନ ହଠାତ୍ ଖରାପ ହୋଇଯିବା ଯୋଗୁଁ ଷ୍ଟାର୍ଟ ବନ୍ଦ ହୋଇଯାଇଥିଲା। ପଛପଟୁ ଯାଉଥିବା ବସ୍ ଟ୍ରକକୁ ଧକ୍କା ଦେଇଥିଲା । ଖବର ପାଇ ଘଟଣାସ୍ଥଳରେ ଖନ୍ତାପଡା ପୋଲିସ ପହଞ୍ଚି ଯାତ୍ରୀମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ସ୍ଥାନାନ୍ତର କରିଛନ୍ତି।
Related Posts
ଖଣ୍ଡିଆଭୂତ ଯୋଗୁଁ ଘଟିଲା ଦୁର୍ଘଟଣା, ୫ ଯାତ୍ରୀ ଗୁରୁୁତର
28 February 2021
ବରଗଛରେ ଝୁଲୁଛି ଅଜଣା ବ୍ୟକ୍ତିଙ୍କ ମୃତଦେହ, ତଳେ ପଡିଛି ଚପଲ
28 February 2021