ଜାତୀୟ ରାଜପଥରେ ଚକା ଫାଟି ଯିବାରୁ କାର ହେଲା ଦୁର୍ଘଟଣାଗ୍ରସ୍ତ, ୬ ଆହତ
11/10/2019 at 5:29 PM

ଖଲ୍ଲିକୋଟ୧୧|୧୦: ବ୍ରହ୍ମପୁରରୁ ଭୁବନେଶ୍ବର ଅଭିମୁଖେ ଯାଉଥିବା ଏକ କାର ଖଲ୍ଲିକୋଟ ନିକଟସ୍ଥ ଭେଜିପୁଟ ଛକ ଠାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଘଟଣାରେ ୬ଜଣ ଗୁରୁତର ଆହତ ହୋଇଛନ୍ତି । ହଠାତ କାରର ଚକ ଫାଟି ଯିବା ଫଳରେ ଦୁର୍ଘଟଣା ଘଟିଛି ।

ଭାରସାମ୍ୟ ହରାଇ କାରଟି ଛିଟିକ୍ ପଡ଼ିବାରୁ ବିପରୀତ ଦିଗରୁ ଆସୁଥିବା ଏକ ପିକପ୍ ଭ୍ୟାନ କୁ ଧକ୍କା ଦେଇଥିଲା l ଫଳରେ ପିକପ୍ ଭ୍ୟାନ ମଧ୍ୟ ଦୁର୍ଘଟଣାର ଶିକାର ହୋଇଥିଲା । ଘଟଣା ସ୍ଥଳରେ କାରରେ ଥିବା ୪ ଜଣ ଯାତ୍ରୀ ଏବଂ ପିକଅପଭ୍ୟାନ ରେ ଥିବା ୨ ଜଣ ଗୁରୁତର ଆହାତ ହୋଇଥିଲେ l

ଖବର ପାଇ ଭେଜିପୁଟ ଫାଣ୍ଡି ପୋଲିସ ଏବଂ ସ୍ଥାନୀୟ ଲୋକେ ପହଞ୍ଚି କାର ଭିତରେ ଚାପି ହୋଇ ରହିଥିବା ଡ୍ରାଇଭରଙ୍କୁ ଉଦ୍ଧାର କରିଥିଲେ l ଏଥିସହ ଆହାତଙ୍କୁ ଖଲ୍ଲିକୋଟ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l
