ସ୍ପେଲିଂ ପ୍ରତିଯୋଗିତାରେ ଜିତିଲେ ୮ ବାଳକ ବାଳିକା : ୮ ଜଣଙ୍କ ମଧ୍ୟରୁ ୬ ପ୍ରବାସୀ ଭାରତୀୟ, ବିଜେତାଙ୍କୁ ୩୫ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା

Published By : Prameya-News7 Bureau | June 02, 2019 IST

ଦୁନିଆର ସବୁଠାରୁ କଷ୍ଟକର ପ୍ରତିଯୋଗିତା ଆମେରିକାର ସ୍କ୍ରିପ୍ସ ନ୍ୟାସନାଲ ସ୍ପେଲିଂ ବି ଚାମ୍ପିୟାନସିପରେ ଏଥର ବିଜୟୀ ହୋଇଛନ୍ତି ୮ ଜଣ ବାଳକ ବାଳିକା । ୯୪ ବର୍ଷ ପରେ ପ୍ରଥମଥର ପାଇଁ ୨ରୁ ଅଧିକ ଶିଶୁ ଏହି ପ୍ରତିଯୋଗିତାରେ ବିଜୟୀ ଘୋଷିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୬ ଜଣ ପ୍ରବାସୀ ଭାରତୀୟ ।

{"id":118837}

ଯେଉଁ ୬ ଜଣ ପ୍ରବାସୀ ଭାରତୀୟଙ୍କ ପିଲା ବିଜୟୀ ହୋଇଛନ୍ତି ସେମାନେ ହେଲେ କାଲିଫର୍ଣିଆରେ ରହୁଥିବା ୧୩ ବର୍ଷର ଋଷିଙ୍କ ଗନ୍ଧାଶ୍ରୀ, ମେରିଲ୍ୟାଣ୍ଡର ସାକେତ ସୁନ୍ଦର(୧୩), ନ୍ୟୁଜର୍ସିରୁ କୃତ୍ତିକା ପାଢୀ (୧୩), ଟେକ୍ସସରୁ ସୋହାମ ସୁଖତନକର (୧୩), ଅଭିଜୟ କୋଡଲୀ (୧୨) ଏବଂ ରୋହନ ରାଜା (୧୩) ।

{"id":118839}

ଏମାନଙ୍କ ଛଡା ନ୍ୟୁ ଜର୍ସିର କ୍ରିଷ୍ଟୋଫର ସେରାଓ ଏବଂ ଅଲବାମାର ଇରିନ ହାୱର୍ଡ ସାମିଲ ଅଛନ୍ତି ।

{"id":118840}

ସ୍ପେଲିଂ ବି ଚାମ୍ପିୟାନସିପରେ ଆମେରିକାରୁ ୭ବର୍ଷ ବୟସରୁ ୧୪ ବର୍ଷ ବୟସର ୫୬୫ ପିଲା ଭାଗ ନେଇଥିଲେ । ଆମେରିକା ସହ ଯମାଇକା, ଘାନା ଏବଂ କାନାଡ଼ାର ପ୍ରତିଯୋଗୀ ଭାଗ ନେଇଥିଲେ । ଏହି ପ୍ରତିଯୋଗିତା ୩ ଦିନ ଧରି ଚାଲିଥିଲା । ୮ ଶିଶୁଙ୍କୁ ଫାଇନାଲ ରାଉଣ୍ଡ ପାଇଁ ଚୟନ କରାଯାଇଥିଲା ।

{"id":118841}

ଫାଇନାଲରେ ପ୍ରତିଯୋଗୀଙ୍କୁ ଲଗାତାର ୪୭ ଶବ୍ଦ ଦିଆଯାଇଥିଲା । ୮ଜଣ ପ୍ରତିଯୋଗୀଙ୍କ ମଧ୍ୟରୁ କେହି ମଧ୍ୟ ଏଥିରେ କୌଣସି ଭୁଲ କରିନଥିଲେ । ସମସ୍ତ ବିଜେତାଙ୍କୁ ୫୦ ହଜାର ଡଲାର (ପାଖାପାଖି ୩୫ ଲକ୍ଷ ଟଙ୍କା) ପୁରସ୍କାର ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.