କରୋନା ଭାଇରସ ଭ୍ୟାକ୍ସିନ ଲାଗି କାମ କରୁଛନ୍ତି ୬ ଭାରତୀୟ କମ୍ପାନୀ, ୨୦୨୧ ସୁଦ୍ଧା ଆସିପାରେ ଟୀକା

Published By : Prameya-News7 Bureau | April 17, 2020 IST

ନୂଆଦିଲ୍ଲୀ ୧୭।୪:  ନୋଭେଲ କରୋନା ଭାଇରସ୍‌ ସଂକ୍ରମଣରୁ ମାନବ ସମାଜକୁ ମୁକ୍ତ କରିବା ଲାଗି ସାରା ବିଶ୍ୱରେ ଚିକିତ୍ସା ବିଜ୍ଞାନୀମାନେ ଅହର୍ନିଶି ପରୀକ୍ଷାନିରିକ୍ଷା ଚଳାଇଛନ୍ତି। ଏଥିରୁ ବାଦ ପଡିନି ଭାରତ। ଅଧଡଜନ ଭାରତୀୟ କମ୍ପାନୀ କୋଭିଡ-୧୯ ଟୀକା ଗବେଷଣା କରୁଥିବା ଜନୈକ ବରିଷ୍ଠ ବୈଜ୍ଞାନିକଙ୍କ ସୂଚନାରୁ ଜଣାପଡିଥିବା ବେଳେ କେତେକଙ୍କ ଗବେଷଣା ଏବେ ମାନବ ପ୍ରୟୋଗରେ ପହଞ୍ଚିଥିବା କହିଛନ୍ତି।

{"id":255803,"width":582,"height":327,"sizeSlug":"large"}

କୋଭିଡ-୧୯ ଭୂତାଣୁ ଏପର୍ଯ୍ୟନ୍ତ ସାରା ବିଶ୍ୱରେ ୧.୯ ନିୟୁତ ଲୋକଙ୍କୁ ସଂକ୍ରମଣ କଲାଣି। ଏଥିରୁ ୧ଲକ୍ଷ ୨୬ ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ବୈଜ୍ଞାନିକଙ୍କ ପାଇଁ ଭୂତାଣୁ ଏବେ ବଡ ଚାଲେଞ୍ଜ ପାଲଟିଛି। ଭାରତରେ ଜାଇଡସ କାଡିଲା ଏବେ ୨ଟି ଭେକସିନ ଉପରେ କାର୍ଯ୍ୟ କରୁଥିବା ବେଳେ ବାୟୋଲଜିକାଲ ଇ, ଭାରତ ବାୟୋଟେକ୍, ଇଣ୍ଡିଆନ ଇମ୍ୟୁନୋଲଜିକାଲ ଓ ମାଇନଭାକ୍ସ ଗୋଟିଏ ଲେଖାଏଁ ଭେକ୍ସିନ ବିକାଶ ଦିଗରେ କାର୍ଯ୍ୟ କରୁଥିବା  ଟ୍ରାନସଲେସନଲ ହେଲଥସାଇନ୍ସ ଏଣ୍ଡ ଟେକ୍ନୋଲଜି ଇନିଷ୍ଟିଚ୍ୟୁଟ୍‌ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଗଗନଦୀପ କାଙ୍ଗ କହିଛନ୍ତି। ତେବେ ଭ୍ୟାକ୍ସିନ ପ୍ରସ୍ତୁତି ଏକ ଦୀର୍ଘ ପ୍ରକ୍ରିୟା । ଏଥିଲାଗି ଅନେକ ବର୍ଷ ଲାଗିଥାଏ। ଏହା ସତ୍ତ୍ୱେ ବି ପ୍ରସ୍ତୁତ ହେଉଥିବା ଭେକ୍ସିନ ଲାଗି ଅନେକ ଚାଲେଞ୍ଜ ରହିଥିବା ରାଜୀବଗାନ୍ଧି ସେଣ୍ଟରଫର ବାୟୋଟେକ୍ନୋଲଜିର ସାଇଣ୍ଟିଫିକ ଅଫିସର ଇ.ଶ୍ରୀକୁମାର କହିଛନ୍ତି।

{"id":255804,"width":577,"height":387,"sizeSlug":"large"}

ତେବେ ସମସ୍ତଙ୍କ ବ୍ୟବହାର ଉପଯୋଗୀ ଟିକା ୨୦୨୧ ସୁଦ୍ଧା ଆମ ନିକଟରେ ପହଞ୍ଚିପାରିବ ବୋଲି ବୈଜ୍ଞାନିକମାନେ ଆଶାପୋଷଣ କରିଛନ୍ତି। ଏଥିରେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ଡବ୍ଲୁଏଚଓ) ୩ଟି ଭେକସିନ ଏବେ କ୍ଲିନିକାଲ ଟେଷ୍ଟିଂ ସ୍ଥିତିକୁ ପହଞ୍ଚିପାରିଥିବାର ସୂଚନା ଦେଇଛନ୍ତି। ଅର୍ଥାତ୍ ପ୍ରସ୍ତୁତ ଟିକାକୁ ଏବେ ମାନବ ଶରୀରରେ ପରୀକ୍ଷା କରାଯାଇପାରିବ। ବାକି ୭୦ଟି ପ୍ରିକ୍ଲିନିକାଲ ଟେଷ୍ଟିଂରେ ଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.