ବିଜେପି ନେତାଙ୍କୁ ଗୁଳି କରି ହତ୍ୟା ଘଟଣାରେ : ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ ଦାବିରେ ଆଜି ଖୋର୍ଦ୍ଧା ବନ୍ଦ

Published By : Prameya-News7 Bureau | April 15, 2019 IST

ଖୋର୍ଦ୍ଧା ୧୫/୪ : ଖୋର୍ଦ୍ଧା ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି | ଖୋର୍ଦ୍ଧା ବିଜେପି ମଣ୍ଡଳ ସଭାପତି ତଥା ବଡ଼ପୋଖରିଆର ପୂର୍ବତନ ସରପଂଚ ମଙ୍ଗୁଳି ଜେନାଙ୍କୁ ଗୁଳି କରି ହତ୍ୟା କରାଯାଇଛି |

{"id":103573}

ଖୋର୍ଦ୍ଧା ନବୀନବାଗ ସ୍ଥିତ ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ୨ ଜଣ ଦୁର୍ବୁର୍ତ୍ତ ଏକ ବାଇକରେ ଆସି ମଙ୍ଗୁଳିଙ୍କୁ ଗୁଳି କରି ଚାଲିଯାଇଥିଲେ | ଘଟଣାସ୍ଥଳରେ ମଙ୍ଗୁଳିଙ୍କ ମୃତ୍ୟୁ ହୋଇଛି | ମଙ୍ଗୁଳିଙ୍କୁ ଗୁଳି କରି ୨ ଦୁର୍ବୁର୍ତ୍ତ ଫେରାର ହୋଇଯାଇଛନ୍ତି |

{"id":103571}


ଅଭିଯୁକ୍ତଙ୍କୁ ୨୪ ଘଣ୍ଟା ମଧ୍ୟରେ ଗିରଫ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି | ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଖୋର୍ଦ୍ଧା ଆଦର୍ଶ ଥାନା ଆଗରେ ଧାରଣା ଦେଇଛନ୍ତି ସ୍ଥାନୀୟାଲୋକେ ଏବଂ ବିଜେପି କର୍ମୀ | ସକାଳ ୮ଟା ରୁ ଦିନ ୨ଟା ପର୍ଯ୍ୟନ୍ତ ଖୋର୍ଦ୍ଧା ବନ୍ଦ ରହିବ |

{"id":103572}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.