ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ବିରୋଧରେ ତେଜିଲା ପ୍ରତିବାଦ: ମମିତା ମେହେର ହତ୍ୟା ପ୍ରତିବାଦରେ ବିଜେପିର ୬ ଘଣ୍ଟିଆ ଭଦ୍ରକ ବନ୍ଦ

Published By : Prameya-News7 Bureau | October 29, 2021 IST

ଭଦ୍ରକ ୨୯/୧୦ : ଶୁକ୍ରବାର ଦିନ ୬ ଘଣ୍ଟିଆ ଭଦ୍ରକ ବନ୍ଦ ରହିଥିଲା । ବନ୍ଦ ଘୋଷଣା କରିଥିଲେ ବିଜେପି । ଚକ ଅଖ ସବୁ ବନ୍ଦ କରିଥିଲା ବିଜେପି । ମମିତା ମେହେର୍ ହତ୍ୟା ଘଟଣାରେ ରାଜ୍ୟ ଶକ୍ତିମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଗିରଫ ସହ ବହିଷ୍କାର ଦାବି ନେଇ ବିଜେପି ଭଦ୍ରକ ବନ୍ଦ କରିଥିଲା। ମମିତା ମେହେର୍ ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ନେଇ ବିଜେପି ବାରମ୍ବାର ଅଭିଯୋଗ ଆଣିଛି ।

{"id":535354,"sizeSlug":"full","linkDestination":"none"}

ଆଜି ସକାଳ ୬ଟାରୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲା ବନ୍ଦ ରହିଥିଲା। ଜିଲ୍ଲାର ସମସ୍ତ ବ୍ଲକରେ ସ୍କୁଲ, କଲେଜ, ଦୋକାନ ବଜାର ସହ ସରକାରୀ ଅଫିସ ବନ୍ଦ ରହିଥିଲା । ବନ୍ଦ ପରେ ଭଦ୍ରକ ସଂଧ୍ୟାବେଳେ ସହରରେ ବିଜେପିର ଯୁବମୋର୍ଚ୍ଚା ଶୋଭାଯାତ୍ର କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.