ନିରଞ୍ଜନ ଆଉଟ୍‌ର କାଉଣ୍ଟଡାଉନ୍ ! ପିସିସି ସଭାପତି ଦୌଡରେ ୬ ହେଭିଓ୍ବେଟ୍

Published By : Prameya-News7 Bureau | June 26, 2020 IST

ଭୁବନେଶ୍ୱର ୨୬/୦୬ : ଖୁବଶୀଘ୍ର ହୋଇପାରେ ପିସିସି ସଭାପତି ପରିବର୍ତ୍ତନ । ଏବେ ସେଥିପାଇଁ କଂଗ୍ରେସ ନେତାଙ୍କ ଭିତରେ ଲାଗିଲାଣି ଦୌଡ। ଘର ଘର ବୁଲି ସମର୍ଥକ ଜୁଟାଉଛନ୍ତି କଂଗ୍ରେସ ନେତା । ପିସିସି ସଭାପତି ଦୌଡରେ ଏବେ ୬ କଂଗ୍ରେସ ହେଭିଓ୍ବେଟ ନେତା। ଯେହେତୁ ଜୁଲାଇ ମାସରେ ଏଆଇସିସି ପୁନର୍ଗଠନ ହେବ ସେଥିପାଇଁ ରାଜ୍ୟ କଂଗ୍ରେସ ଆରମ୍ଭ ହୋଇଛି ହଲଚଲ…

{"id":292003,"sizeSlug":"large"}

କଂଗ୍ରେସରେ ହେବ ବଡ଼ ପରିବର୍ତ୍ତନ । ରାଜ୍ୟ କଂଗ୍ରେସରେ ହେଲାଣି ହଲଚଲ। ଖୁବ ଶୀଘ୍ର ହୋଇପାରେ ପିସିସି ସଭାପତି ପରିବର୍ତ୍ତନ । ଏଭଳି ଠୋସ ଆଭାସ ମିଳିଲାଣି ।  କାରଣ ଜୁଲାଇ ମାସରେ ଏଆଇସିସିର ପୁନର୍ଗଗଠନ ହେବ । ସୋନିଆ ଗାନ୍ଧି ଦାୟିତ୍ବ ନେବା ପର ଠାରୁ ବର୍ତ୍ତମାନ ସୁଦ୍ଧା ତାଙ୍କ ଟିମ ଗଠନ କରିନାହାନ୍ତି । ତେଣୁ ସୋନିଆ ତାଙ୍କ ଟିମ ଜୁଲାଇ ମାସରେ ଗଠନ କରିବା ନେଇ ଚର୍ଚ୍ଚା ହେଉଛି ।

{"id":292006,"sizeSlug":"large"}

ସଙ୍ଗଠନ ସମ୍ପାଦକ ଠାରୁ ରାଜ୍ୟ ପ୍ରଭାରୀ ଏବଂ ରାଜ୍ୟ ସଭାପତି ପରିବର୍ତ୍ତନ ହେବ । ଏପଟେ ପସିସି ସଭାପତି ଦେଇଥିବା ଜିଲ୍ଲା କଂଗ୍ରେସ ସଭାପତି ତାଲିକା ଏବଂ ସାଧାରଣ ସମ୍ପାଦକ ଏବଂ ସମ୍ପାଦକ ତାଲିକାକୁ ବର୍ଷେ ହୋଇଥିଲେ ବି ଏହା ସ୍ବୀକୃତି ଲାଭ କରିନି । ଯାହା ସୂଚନା ଦେଉଛି ଯେ ପିସିସି ସଭାପତିଙ୍କ ଉପରେ ହାଇକମାଣ୍ଡଙ୍କ ଭରସା ରହୁନି ।

{"id":292004,"sizeSlug":"large"}

ଏଆଇସିସି ପୁନର୍ଗଗଠନ ଆଭାସ ମିଳିବା ପରେ ରାଜ୍ୟ କଂଗ୍ରେସରେ ଲାଗିଲାଣି ପିସିସି ସଭାପତି ଦୌଡ। ଆଶାୟୀ ପ୍ରାର୍ଥୀମାନେ ସମର୍ଥନ ଯୋଗାଡ଼ରେ ଲାଗିଛନ୍ତି। ଯେଉଁମାନେ ଦୌଡରେ ଅଛନ୍ତି ସେମାନଙ୍କ ମଧ୍ୟରେ ଅଛନ୍ତି ବିଧାୟକ ମହମ୍ମଦ ମୋକିମ, ତାରା ପ୍ରସାଦ ବାହିନୀପତି, ଏଆଇସିସି ସଦସ୍ୟ ରାମଚନ୍ଦ୍ର ଖୁଣ୍ଟିଆ ଏବଂ ଶରତ ରାଉତ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ,ପୂର୍ବତନ ପିସିସି ସଭାପତି ଶରତ ପଟ୍ଟନାୟକ ଏବଂ ଭକ୍ତ ଦାସ।

{"id":292005,"sizeSlug":"large"}

ପିସିସି ସଭାପତି ପଦକୁ ସବୁବେଳେ କଂଗ୍ରେସରେ ରେସ ଲାଗିଥାଏ । ଏବେ ପୁଣି ପିସିସି ସଭାପତି ପଦ ହାତେଇବା ପାଇଁ ଲାଗିଲାଣି ଦୌଡ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.