ଗାଁ ପୋଖରୀରୁ ୬ ଫୁଟ ଲମ୍ବର କୁମ୍ଭୀର ଉଦ୍ଧାର

Published By : Prameya-News7 Bureau | August 06, 2018 IST

ମାଲକାନଗିରି ଜିଲ୍ଲା କାଲିମେଲା ବ୍ଲକ ଅନ୍ତର୍ଗତ ଟିଗଲ ଗ୍ରାମପଞ୍ଚାଯତର ଏମ ଭି ୭୮ ଗ୍ରାମବାସୀ ଆଜି ସକାଳେ ଗାଁର ପୋଖରୀରୁ ଗୋଟିଏ ଛଅ ଫୁଟ ଲମ୍ବା ର କୁମ୍ଭୀର କୁମ୍ବା ଜାତିର ବୋଲି ଫରେଷ୍ଟର ସୁରେଶ ଚନ୍ଦ୍ର ସ୍ବାଇଁ ପ୍ରକାଶ କରିଛନ୍ତି । ଦୀର୍ଘ ତିନି ମାସ ଧରି ଗ୍ରାମବାସୀମାନେ ଗାଁ ପୋଖରୀରେ ଏଇ କୁମ୍ଭୀର ପାଣିରେ ବୁଲୁଥିବାର ଦେଖୀ ଭୟରେ ପୋଖରୀ କୁ ଛାଡିଦେଇଥିଲେ ।ତାପରେ ଗାଁ ର ଛଅ ଜଣ ଆନନ୍ଦ ହାଲଦାର ,ଉତ୍ତମ ଜଦାର, ଅପୂର୍ବ ମଣ୍ଡଳ, ଉତମ ବିଶ୍ବାସ, ପଙ୍କଜ ବିଶ୍ୱାସ, ଓ ଅଶିମ ଜଦାର, ମିଶି ଏକ ସପ୍ତାହ ଧରି ପୋଖରୀ ରେ ବୟଲର କୁକୁଡ଼ା ମାଂସ ପକାଇ କୁମ୍ଭୀର କୁ ଆଜି ସକାଳେ ପୋଖରୀରେ ମାଛ ଜାଲ ପକାଇ ଧରିଛନ୍ତି । ଉକ୍ତ କୁମ୍ଭୀର କାଲିମେଲା ବନ ବିଭାଗ ରେଞ୍ଜର ଶ୍ରୀ ରାମ ଚନ୍ଦ୍ର ମାଡକାମି, ଗୋମ୍ପାକୋଣ୍ଡା ଫରେଷ୍ଟ ଗାର୍ଡ କୁମ୍ଭୀର ଆଣିଲେ ।ମାଲକାନଗିରି ଜିଲ୍ଲା ଡିଏଫଠ ନର୍ଦେଶକ୍ରମେ କୌଣସୀ ଏକ ଜାଗାରେ ଛାଡି ବେ ବୋଲି ଫରେଷ୍ଟର ପ୍ରକାଶ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.