୬ଫୁଟର ଅଜଗର ସାପ ଉଦ୍ଧାର
1/12/2019 at 2:51 PM

କଟକ ୧/୧୨: ଆଠଗଡ ଗରିଆଠାରେ ଥିବା ଜେ କେ ଲକ୍ଷ୍ମୀ ସିମେଣ୍ଟ କଂପାନୀ ପାଖରେ ରାସ୍ତା କଡରେ ଥିବା ଏକ କୂଅରୁ ୬ଫୁଟର ଅଜଗର ସାପକୁ ଉଦ୍ଧାର କରାଯାଇଛି। ସାପଟି କୂଅରେ ପଡିଥିବାର ସ୍ଥାନୀୟ ଲୋକେ ଦେଖି ସାପ ଧରାଳି ସୁଶାନ୍ତ ପାତ୍ରଙ୍କୁ ଖବର ଦେଇଥିଲେ ।

ଖବର ପାଇ ସାପ ଧରାଳି କୂଅରୁ ଦୀର୍ଘ ସମୟ ଚେଷ୍ଟା କରି ଦଉଡି ଗାଣ୍ଡୁଆ ସାହାଯ୍ୟରେ ସାପଟିକୁ ଉଦ୍ଧାର କରିଥିଲେ। ସାପଟିକୁ ଉଦ୍ଧାର କରି ନିକଟସ୍ଥ ଖଳଖଳା ରିଜର୍ଭ ଜଙ୍ଗଲରେ ଛାଡିଦେଇଥିବା ସାପଧରାଳି ସୁଶାନ୍ତ ପାତ୍ର କହିଛନ୍ତି ।
Related Posts
ଆଜି ଓ କାଲି କିଛି ସ୍ଥାନରେ ବର୍ଷା ସମ୍ଭାବନା, ଖସିବ ପାରଦ, ବଢିବ ଶୀତ
28 January 2021
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021