ଲାଲକିଲ୍ଲା ହିଂସା : ଆଜି ୬ ଚାଷୀ ନେତାଙ୍କୁ ପଚରାଉଚରା କରିବ ପୋଲିସ, ୨୦୦ ଭିଡିଓ ଫୁଟେଜ ଆଧାରରେ ଚାଲିଛି ତଦନ୍ତ

Published By : Prameya-News7 Bureau | January 29, 2021 IST

ନୂଆଦିଲ୍ଲୀ,୨୯/୦୧ :ଗଣତନ୍ତ୍ର ଦିବସରେ କୃଷି ଆଇନକୁ ବିରୋଧ କରି କରାଯାଇଥିବା ଟ୍ରାକ୍ଟର ରାଲି ବେଳେ ହିଂସାକାଣ୍ଡ ଘଟିଥିଲା । ଏହି ଘଟଣାରେ ଦିଲ୍ଲୀ ପୋଲିସ ଶୁକ୍ରବାର ୬ କୃଷକ ନେତାଙ୍କୁ ପଚରାଉଚୁରା ପାଇଁ ଡାକିଛି । ଯେଉଁ ନେତାଙ୍କୁ ଜେରା ପାଇଁ ଡକରା ହୋଇଛି ସେମାନଙ୍କ ମଧ୍ୟରେ ବୁଟା ସିଂ, ଦର୍ଶନ ପାଲ ସିଂ, ରାକେଶ ଟିକୈତ, ସମସେର୍ ପଙ୍ଘେର, ପନ୍ନୁ ପଙ୍ଘେର ଓ ସତନାମ ପନ୍ନୁ ରହିଛନ୍ତି ।

ଦିଲ୍ଲୀ ପୋଲିସର ସୂତ୍ରାନୁସାରେ, ହିଂସାକାଣ୍ଡରେ ସାମିଲ ଥିବା ୬ ସନ୍ଦିଗ୍ଧଙ୍କ ଫୁଟେଜ ମିଳିଛି। ଏମାନେ ହିଂସାକୁ ପ୍ରୋତ୍ସାହିତ କରିବା ପଛରେ ରହିଛନ୍ତି । ଏହି ଆଧାରରେ ତଦନ୍ତ ହେଉଛି । ପୋଲିସ ପାଖରେ ଅନେକ ସିସିଟିଭି ଫୁଟେଜ ରହିଛି ।

ଗଣତନ୍ତ୍ର ଦିବସ ପରେଡରେ ପୋଲିସ ୨୦ ଫଟୋ ଗ୍ରାଫରଙ୍କୁ ଡାକିଥିଲା । ସେମାନଙ୍କୁ ଦଙ୍ଗା ସମୟରେ କାମରେ ଲଗାଯାଇଥିଲା । ଏମାନଙ୍କଠାରୁ ପୋଲିସ ଭିଡିଓ ଓ ଫଟୋ ନେଇ ତଦନ୍ତ କରୁଛି । ଏହି ଫୁଟେଜରୁ ଉପଦ୍ରବକାରୀଙ୍କୁ ଚିହ୍ନଟ କରାଯିବ ।

ଏହାସହ ପୋଲିସ ହିଂସାକାରୀଙ୍କୁ ଚିହ୍ନଟ ପାଇଁ ଜନତାଙ୍କ ସମର୍ଥନ ମାଗିଛି । କିଛି ଲୋକ ମୋବାଇଲ କ୍ୟାମେରାରେ ଭିଡିଓ ଉତ୍ତୋଳନ କରିଥିଲେ । ଏବେସୁଦ୍ଧା ପୋଲିସକୁ ୨୦୦ରୁ ଅଧିକ ଭିଡିଓ ଫୁଟେଜ୍ ମିଳିଛି । ଏଥିରେ କିଛି କୃଷକ ନେତା ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଉଥିବା ଦେଖିବାକୁ ମିଳିଛି । ଏହାର ଯାଞ୍ଚ କରୁଛି ଦିଲ୍ଲୀ ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.