Tuesday, July 16, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇଂଷ୍ଟା ‘ଜେଣ୍ଡର ଚେଞ୍ଜ’ ଫିଲ୍ଟରରେ ବଦଳିଗଲେ କ୍ରିକେଟର, ଚିହ୍ନନ୍ତୁ ଇଂଲଣ୍ଡ ଟିମର ଅଧିନାୟକଙ୍କ ସମେତ ୬ଖେଳାଳିଙ୍କୁ

୨୦୧୯ ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବାକୁ ଆହୁରି କିଛି ସମୟ ବାକି। ତେବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଏବେଠାରୁ ଦେଖିବାକୁ ମିଳିଲାଣି କ୍ରେଜ । ଆଉ ଏହି କ୍ରେଜ ପାଇଁ ଲୋକେ ସେମାନଙ୍କ ପ୍ରିୟ କ୍ରିକେଟରଙ୍କୁ ନେଇ ଆରମ୍ଭ କରିଦେଇଛନ୍ତି ଚର୍ଚ୍ଚା ।ଏବେ ଏହି ଚର୍ଚ୍ଚାରେ  ରହିଛି  ବିଶ୍ବର ୧ ନମ୍ବର ଓ୍ବାନଡେ ଟିମ ଇଂଲଣ୍ଡ। ଟିମର ୬ ଜଣ କ୍ରିକେଟରଙ୍କ ଫଟୋ ଏବେ ସୋସାଲ ମିଡିଆରେ ଯୁବତୀଙ୍କ ବେଶରେ ଦେଖିବାକୁ ମିଳୁଛି।  ଜେଣ୍ଡର ଚେଞ୍ଜ ହୋଇଥିବା କ୍ରିକେଟରଙ୍କ ଫଟୋରେ ରହିଛି ଇଂଲଣ୍ଡ ଟିମ କ୍ୟାପ୍ଟେନ ଇୟୋନ ମାର୍ଗନଙ୍କ ସମେତ ଜୋ ରୁଟ୍, ବେନ ଷ୍ଟୋକ୍ସ, ଜେସନ ରାୟ ଓ କ୍ରିସ ବକ୍ସଙ୍କ ଭଳି କ୍ରିକେଟରଙ୍କ ଛବି ।

ତେବେ କଥା କଣ କି, ମେ ୩୦ କ୍ରିକେଟ ବିଶ୍ବ  କପ୍ ଫିଭର ଏବେଠୁ  କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଅନୁଭବ ହେଲାଣି। ଏଣୁ ଟିମ୍ ଇଂଲଣ୍ଡର ଅଫିସିଆଲ ଇଂଷ୍ଟଗ୍ରାମ ପେଜରେ କ୍ରିକେଟରଙ୍କ ଫଟୋ ‘ଜେଣ୍ଡର ଫିଲ୍ଚର’ରେ ଯୁବତୀ କରାଯାଇଛି। ଯାହା ଏବେ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଭାଇରାଲ ହେବାରେ ଲାଗିଛି। ଏନେଇ ଇଂଲଣ୍ଡ କ୍ରିକେଟର ଏକ ଟ୍ବିଟ୍  ‘ଚିହ୍ନନ୍ତୁ କିଏ‘  ମଧ୍ୟ ଭାଇରାଲ ହେବାରେ ଲାଗିଛି। ବିଭିନ୍ନ ସୋସାଲ ମିଡିଆରେ  ଏପର୍ଯ୍ୟନ୍ତ ଫଟୋ ଗୁଡିକୁ୫୦ ହଜାରରୁ ଅଧିକ ଲାଇକ୍ ମିଳିଥିବା ବେଳେ ସେୟାର ହେବାରେ ଲାଗିଛି ।

 ସେପଟେ ଇଂଲଣ୍ଡ ଟିମ୍ ଏବେ  ଓ୍ବାନଡେ ସିରିଜ ଖେଳିବା ପାଇଁ ପକିସ୍ତାନରେ ପହଞ୍ଚିଛି। ଘରୋଇ ଦଳ ସହିତ ଖେଳାଯାଉଥିବା ସିରିଜର ୩ଟି ମ୍ୟାଚ୍ ସରିଛି । ୫ ଟିକିଆ ସିରଜ୍ ଶେଷ ହେବା ପରେ ମୋ ୩୦ ତାରିଖରୁ  ଇଂଲଣ୍ଡରେ ଖେଳିବ ବିଶ୍ବକପ୍  ।

165 Views

   ସମ୍ବନ୍ଧିତ ଖବର