Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁବ ମୋର୍ଚ୍ଚା ନେତାଙ୍କୁ ମାଡ଼ ଘଟଣାରେ ପ୍ରତିବାଦ, ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କଲା ବିଜେପି
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାରରେ ଧବଳେଶ୍ଵର ପୀଠରେ ୧୪୪ ଧାରା ଜାରି
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା : ବଦଳିଲେ ତମାଣ୍ଡୋ ଥାନା IIC, ଚନ୍ଦକା ଥାନାର ସବ୍ ଇନ୍ସପେକ୍ଟର ତୁଲାଇବେ ଦାୟିତ୍ବ
  • ||
  • ଭୁବନେଶ୍ବର : ମନୀଷ ଅନୁରାଗ ମୃତ୍ୟୁ ମାମଲା, କନେଷ୍ଟବଳ ପ୍ରସନ୍ନ ବେହେରା ନିଲମ୍ବିତ
  • ||
  • ଜଗତସିଂହପୁର : ଦେବୀ ନଦୀରେ ବୁଡି ୫ମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ, ଅନ୍ୟ ୩ଜଣ ଉଦ୍ଧାର
  • ||
  • ବ୍ରହ୍ମପୁର : ବ୍ରହ୍ମପୁରରେ ସ୍ବର୍ଣ୍ଣିମ ବିଜୟ ବର୍ଷ ପାଳିତ, ପୋଲିସ ରିଜର୍ଭ ଗ୍ରାଉଣ୍ଡରେ ପହଞ୍ଚିଲା ମଶାଲ
  • ||
  • ଭୁବନେଶ୍ବର : ତେଲ ଟ୍ୟାଙ୍କରରେ ଗଞ୍ଜେଇ ଚାଲାଣ, ଅଢେଇ କ୍ବିଣ୍ଟାଲ ଗଞ୍ଜେଇ ସହ ୨ ଜଣଙ୍କୁ ଗିରଫ କଲା ଏନ୍‌ସିବି
  • ||
  • ବାଲିପାଟଣା : ବୃଦ୍ଧଙ୍କୁ ଚାପିଦେଲା ହାଇଓ୍ବା, ଘଟଣାସ୍ଥଳରେ ଚାଲିଗଲା ଜୀବନ
  • ||
  • ସୁନ୍ଦରଗଡ : ଗଛରୁ ଉଦ୍ଧାର ହେଲା ଯୁବକଙ୍କ ଝୁଲନ୍ତା ମୃତଦେହ, ଆତ୍ମହତ୍ୟା ସନ୍ଦେହ
  • ||
  • ବାରିପଦା : ମୟୁରଭଞ୍ଜରେ ସ୍ବାସ୍ଥ୍ୟ ସ୍ମାର୍ଟ କାର୍ଡ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ
  • ||

ଟେରର ଲିଙ୍କ ଅଭିଯୋଗରେ ୨ ଖାକି ବାବୁଙ୍କ ସହ ୬ କର୍ମଚାରୀ ଚାକିରୀରୁ ବହିଷ୍କୃତ

22/09/2021 at 3:53 PM

ଶ୍ରନଗର ୨୨/୦୯: ଜାମ୍ମୁକାଶ୍ମୀରରେ ୬ ସରକାରୀ କର୍ମଚାରୀଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି । ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କରେ ଥିବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଥିବା ଜଣାପଡ଼ିଛି। ୬ କର୍ମଚାରୀଙ୍କ ମଧ୍ୟରେ ଜାମ୍ମୁକାଶ୍ମୀର ପୋଲିସର ଦୁଇ ଅଧିକାରୀ ମଧ୍ୟ ସାମିଲ ଅଛନ୍ତି। ମିଳିଥିବା ରିପୋର୍ଟ ଅନୁସାରେ, କେନ୍ଦ୍ର ଶାସିତ ପ୍ରଦେଶ ସରକାରଙ୍କ ଦ୍ବାରା ଏଥିପାଇଁ ଏକ କମିଟି ଗଠନ କରାଯାଇଥିଲା। ଏହି କମିଟିର ସୁପାରିଶ କ୍ରମେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଭାରତୀୟ ପେନାଲ କୋଡ୍‌ ୩୧୧ (୨)(c) ଜରିଆରେ ଏମିତି ମାମଲା ସମ୍ପର୍କରେ ତଦନ୍ତ କରିବାକୁ କମିଟି ଗଠନ ହୋଇଥିଲା।  ଭିଜିଲାନ୍ସ କ୍ଲିୟରାନ୍ସ ମିଳିବା ପରେ ସରକାରୀ କର୍ମଚାରୀଙ୍କୁ ଭିସା ମିଳିପାରିବ ବୋଲି ନିର୍ଦେଶ ଜାରି ହୋଇଥିଲା। ଏହା ପୂର୍ବରୁ ଜୁଲାଇରେ ୧୧ ଜଣ କର୍ମଚାରୀଙ୍କୁ ଚାକିରୀରୁ ବିହିଷ୍କାର କରାଯାଇଥିଲା।

ସେମାନଙ୍କ ମଧ୍ୟରେ ମୁଜାହିଦ୍ଦିନର କମାଣ୍ଡର ସୟଦ ସଲାହୁଦ୍ଦିନଙ୍କ ପୁଅ ସାମିଲ ଥିଲା। ଏହା ବ୍ୟତୀତ ପୋଲିସ ବିଭାଗର ଦୁଇ କର୍ମଚାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିଲା। ସେମାନେ ସମସ୍ତେ ଆତଙ୍କବାଦୀ ସଙ୍ଗଠନ ପାଇଁ ଓଭରଗ୍ରାଉଣ୍ଡ ଓ୍ବାର୍କରଙ୍କ ଭଳି କାର୍ଯ୍ୟ କରୁଥିବା ନେଇ ଅଭିଯୋଗ ହୋଇଥିଲା।

   Related Posts