କେନ୍ଦୁଝର : ମହୁମାଛି ଆକ୍ରମଣରେ ଜଣକର ମୃତ୍ୟୁ, ୬ ଗୁରୁତର

Published By : Prameya-News7 Bureau | September 01, 2018 IST

କେନ୍ଦୁଝର ୧/୯ : କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଲାଂଜିପଦା ଗାଁରେ ମହୁମାଛି ଆକ୍ରମଣ | ମହୁମାଛି ଆକ୍ରମଣରେ ଜଣକର ମୃତ୍ୟୁ ହୋଇଛି | ମୃତକ ଦେଢ଼ ବର୍ଷର ଶିଶୁ ବୋଲି ଜଣାପଡିଛି | ୬ ଜଣ ଗୁରୁତର ଅଛନ୍ତି | ସମସ୍ତ ଗୁରୁତରଙ୍କୁ ପ୍ରଥମେ ବାଂଶପାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ | ତେବେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କେନ୍ଦୁଝର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି | କେନ୍ଦୁଝରକୁ ସ୍ଥାନାଂତର ୨ ଜଣ ଗୁରୁତରଙ୍କ ମଧ୍ୟରେ ଜଣେ ୫ ବର୍ଷର ଶିଶୁ ଥିବା ବେଳେ ଆଉ ଜଣେ ମହିଳା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.